ନୂତନ ଏକ୍ସାଇଜ୍ ପଲିସି, ଏହି ତାରିଖରୁ ବନ୍ଦ ହୋଇଯିବ ୨୬୦ ଟି ଘରୋଇ ମଦ ଦୋକାନ

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀର ସମସ୍ତ ଘରୋଇ ମଦ ଦୋକାନ ଆସନ୍ତା ମାସରେ ବନ୍ଦ ହୋଇଯିବ, କେବଳ ସରକାରୀ ଦୋକାନ ଖୋଲିବ। ନଭେମ୍ବର ୧୭ ରୁ ନୂଆ ଏକ୍ସାଇଜ୍ ପଲିସି ଅନୁଯାୟୀ ନୂଆଦିଲ୍ଲୀରେ ନୂଆ ଦୋକାନ ଖୋଲାଯିବ, ସେପର୍ଯ୍ୟନ୍ତ କେବଳ ସରକାରୀ ଦୋକାନରେ ମଦ ବିକ୍ରି ହେବ।

ଜାତୀୟ ଗଣମାଧ୍ୟମ ଜି ନ୍ୟୁଜର ପ୍ରକାଶ ପାଇଥିବା ଖବର ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀରେ ୭୨୦ ରୁ ଅଧିକ ମଦ ଦୋକାନ ଚାଲୁଛି, ସେଥିମଧ୍ୟରୁ ୨୬୦ ଟି ଘରୋଇ ଦୋକାନ ରହିଛି । ନୂତନ ଏକ୍ସାଇଜ୍ ପଲିସି ଅନୁଯାୟୀ, ସମସ୍ତ ୩୨ ଟି ଜୋନ୍ ରେ ଲାଇସେନ୍ସ ଆବଣ୍ଟନ ପରେ ସରକାର ବେସରକାରୀ ମଦ ଦୋକାନର ଲାଇସେନ୍ସକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ, ହେଲେ ଏହାକୁ ଆଉ ବୃଦ୍ଧି କରାଯିବ ନାହିଁ । ଏହି କାରଣରୁ, ଅକ୍ଟୋବର ୨୬ ରୁ ସମସ୍ତ ୨୬୦ ଘରୋଇ ଦୋକାନ ବନ୍ଦ ହୋଇଯିବ ।

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂତନ ଏକ୍ସାଇଜ୍ ନୀତି ଅନୁଯାୟୀ ଦିଲ୍ଲୀକୁ ୩୨ ଟି ଜୋନ୍ ରେ ବିଭକ୍ତ କରାଯାଇଛି, ସେଥିମଧ୍ୟରୁ ୨୦ ଟି ଜୋନ୍ ରେ ଲାଇସେନ୍ସ ବଣ୍ଟନ ପ୍ରକ୍ରିୟା ଶେଷ ହୋଇଛି ଏବଂ ଅବଶିଷ୍ଟ ୧୨ ଟି ଜୋନର ଆର୍ଥିକ ବିଡ୍ ଶୀଘ୍ର ପ୍ରଦାନ କରାଯିବ । ନଭେମ୍ବର ୧୭ ରୁ ନୂତନ ଏକ୍ସାଇଜ୍ ପଲିସି ଅଧୀନରେ ଦୋକାନ ଖୋଲାଯିବ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂତନ ଏକ୍ସାଇଜ୍ ନୀତି ସହିତ ଏହି ସମଗ୍ର ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିବ। ଯେକୌଣସି ମଦ ଦୋକାନ ପାଇଁ ଅତିକମରେ ୫୦୦ ବର୍ଗଫୁଟର ଏକ ଦୋକାନ ରହିବା ଆବଶ୍ୟକ।