Odia

ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ପ୍ରିୟା ପ୍ରକାଶ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ, ଦେଖନ୍ତୁ ।

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ପ୍ରିୟା ପ୍ରକାଶ । ଏଥର ଅଭିନୟ ଦ୍ୱାରା ନୁହେଁ ବରଂ ନିଜର ସ୍ୱର ମାଧ୍ୟମରେ ଦର୍ଶକଙ୍କୁ ଆକୃଷ୍ଟ କରିଥିବା ଦେଖିବାକୁ ମିଳିଛି ।

https://www.instagram.com/p/CH2fRSlgvp4/?igshid=1jz91l2iep4g

ତାଙ୍କର କଣ୍ଠ ସ୍ୱର କୁ ସେ ତାଙ୍କର ଇଂଷ୍ଟାଗ୍ରାମ ରେ ସେୟାର କରିଛନ୍ତି । ଏହାକୁ ନେଇ ଏବେ ଚର୍ଚ୍ଚାରେ ଅଭିନେତ୍ରୀ ପ୍ରିୟା ପ୍ରକାଶ । ସାଉଥ ଇଣ୍ଡିଆନ୍‌ ଫିଲ୍ମର ନାମିଦାମୀ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ଵାରିୟର ନିଜର ଏକ ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ନିଜର ପ୍ରଥମ ଭିଡିଓରେ ପ୍ରିୟା ପ୍ରକାଶ ଆଖି ମାରି କେବଳ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିନଥିଲେ ବରଂ ନିଜର ଅଭିନୟ ଦ୍ୱାରା ମଧ୍ୟ ଦର୍ଶକଙ୍କୁ ନିଜର ଦିଓ୍ଵାନା କରିପାରିଥିଲେ। ଏସବୁ ମଧ୍ୟରେ ପ୍ରିୟାଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ପ୍ରିୟା ଆଖି ମାରି ନାହାଁନ୍ତି ବରଂ ନିଜ ସ୍ୱର ଦ୍ୱାରା ଦର୍ଶକଙ୍କୁ ଆକର୍ଷିତ କରିଥିବାର ନଜର ଆସିଛନ୍ତି।

https://www.instagram.com/_u/priya.p.varrier/?utm_source=ig_embed&ig_mid=CBF1D263-A333-4C70-BB55-71F3F5A19F90

ପ୍ରିୟା ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓରେ ପ୍ରିୟା କୌଣସି ପାର୍ଟି ବା ଫକ୍ସନରେ ଗୀତ ଗୁଣୁ ଗୁଣୁ କରୁଥିବାର ଦେଖିବାକୁ ମିଳିଛନ୍ତି । ଏଠାରେ ସେ ସମସ୍ତଙ୍କ ସାମ୍ନାରେ ରଣବୀର କପୁର ଏବଂ ଅନୁଷ୍କା ଶର୍ମାଙ୍କ ଫିଲ୍ମ ‘ଏ ଦିଲ୍ ମୁସକିଲ’ ର ଫେମସ୍ ଗୀତ ‘ଚନ୍ନା ମେରେୟା’ ଗୀତ ବୋଲୁଥିବାର ନଜର ଆସିଛନ୍ତି।

ଏହି ଭିଡିଓରେ ପ୍ରିୟାଙ୍କ ଆଖ-ପାଖରେ ଥିବା ଲୋକମାନେ ତାଙ୍କୁ ଚିୟର୍ ମଧ୍ୟ କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ପ୍ରିୟା ମେରୁନ୍ କଲର୍ ର ଶାଢୀରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି । ପ୍ରିୟାଙ୍କ ଏହି ଭିଡିଓକୁ ଦର୍ଶକ ଖୁବ୍ ପସନ୍ଦ କରିବା ସହ ପତିକ୍ରିୟା ମଧ୍ୟ ଦେଇଛନ୍ତି। ନିଜର ଇଂଷ୍ଟାଗ୍ରାମ ରେ ସେୟାର କରିଥିବା ତାଙ୍କର କଣ୍ଠ ସ୍ୱରକୁ ତାଙ୍କର ଫୋଲର୍ସ ଏବଂ ଦର୍ଶକ ମାନେ ବହୁ ମାତ୍ରାରେ ସେୟାର ଏବଂ ଲାଇକ କରିଥିବା ଦେଖିବାକୁ ମିଳିଛି । ପ୍ରିୟା ତାଙ୍କର କିଛି ନା କିଛି କାର୍ଯ୍ୟ କଳାପ କୁ ନେଇ ସବୁବେଳେ ଦର୍ଶକଙ୍କ ମନରେ ଚର୍ଚ୍ଚାରେ ଥାଆନ୍ତି ।

Tags

Related Articles

Back to top button
Close