ଭୁବନେଶ୍ୱର: ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଘଟଣା ରାଜସ୍ଥାନର ରାଜଧାନୀ ଜୟପୁରରେ ଦେଖିବାକୁ ମିଳିଛି । ଏଠାରେ ଜଣେ ୬୪ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୧୦ ଖଣ୍ଡରେ କାଟି ଜଙ୍ଗଲରେ ଫିଙ୍ଗି ଦେଇଥିଲା ହତ୍ୟାକାରୀ। ଅଭିଯୋଗ ପରେ ପୋଲିସ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି ।
ପୋଲିସର ସୂଚନାନୁସାରେ,ମୃତ ମହିଳାଙ୍କ ନାମ ସରୋଜ ଶର୍ମା। ଅତୀତରେ ସେ ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ। ତାଙ୍କ ପୁତୁରା ଅନୁଜ ଡିସେମ୍ବର ୧୧ ରେ ବିଦ୍ୟାଧର ନଗର ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ। କରୋନା ଅବଧି ସମୟରେ ଅନୁଜଙ୍କ ମାଙ୍କର ଦେହାନ୍ତ ହୋଇଥିଲା। ଏହା ପରେ ଅନୁଜ ତାଙ୍କ ଖୁଡି ସରୋଜ ଶର୍ମାଙ୍କ ସହ ରହି ସେବା କରୁଥିଲେ।
ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଡିସେମ୍ବର ୯ ରେ ଖୁଡି ଅନୁଜଙ୍କୁ ଦିଲ୍ଲୀ ଯିବାରେ ବାଧା ଦେଇଥିଲେ। ଯାହାକୁ ନେଇ ପୁତୁରା ଖୁଡିକୁ ହତ୍ୟା କରିଥିବା ଜଣାପଡିଛି ।
ଏହା ପରେ ଅନୁଜ ମୃତ ଶରୀରକୁ ଲୁଚାଇବା ପାଇଁ ମାର୍ବଲ କଟର ସହିତ ଅନେକ ଖଣ୍ଡରେ କାଟି ଦେଇଥିଲେ। ତା’ପରେ ଏହାକୁ ଏକ ଲାଲ୍ ସୁଟକେସରେ ଭର୍ତ୍ତି କରି କାରରୁ ଦିଲ୍ଲୀ ରାସ୍ତାରେ ଥିବା ଜଙ୍ଗଲରେ ଫୋପାଡି ଦେଇଥିଲେ। କିନ୍ତୁ ସୁଟକେସ୍ ନେଇଥିବା ତାଙ୍କର ସମସ୍ତ ଫଟୋ ସେଠାରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଏହା ପରେ ସରୋଜଙ୍କ ପରିବାରଲୋକେ ଘରକୁ ଫେରିବା ପରେ ଖୁଡି ନିଖୋଜ ହେବାର ଏକ ମିଥ୍ୟା କାହାଣୀ ତିଆରି କରିଥିଲା ପୁତୁରା ଅନୁଜ। ଡିସେମ୍ବର ୧୧ ରେ, ସେ ନିଜେ ପୋଲିସ ଷ୍ଟେସନକୁ ଯାଇ ଖୁଡି ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।
ଗୋଟିଏ ଦିନ ପରେ ଅନୁଜ ରୋଷେଇ ଘରେ ଲାଗିଥିବା ରକ୍ତ ଦାଗ ସଫା କରୁଥିଲେ। ଏହି ସମୟରେ ତାଙ୍କ ଭଉଣୀ ତାଙ୍କୁ ଦେଖିଦେଇଥିଲେ। ଯାହାକୁ ନେଇ ପରିବାର ସଦସ୍ୟଙ୍କ ସନ୍ଦେହ ତାଙ୍କ ଉପରେ ପଡିଥିଲା। ପରେ, ଯେତେବେଳେ ଏହି ଜିନିଷ ପୋଲିସରେ ପହଞ୍ଚିଲା, ଅନୁସନ୍ଧାନ ପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ଏହି ହତ୍ୟାକାଣ୍ଡରେ ପୁତୁରା ଅନୁଜଙ୍କ ହାତ ରହିଛି। ପରେ ପ୍ରତ୍ୟେକ ଲିଙ୍କକୁ ସଂଯୋଗ କରି ପୋଲିସ ଅଭିଯୁକ୍ତ ଅନୁଜଙ୍କୁ ଗିରଫ କରିଛି।