ଭୁବନେଶ୍ୱର: ଦିଲ୍ଲୀ AIIMS ରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ରାଜୁ ଶ୍ରୀବାସ୍ତବ ଜିମରେ ବ୍ୟାୟାମ କରୁଥିବାବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତଳେ ପଡିଯାଇଥିଲେ। ପରେ ରାଜୁଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କୁହାଯାଉଛି ଯେ ରାଜୁ ଶ୍ରୀବାସ୍ତବ କିଛି ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ। ଜିମ୍ କରିବା ସମୟରେ ତାଙ୍କର ହୃଦଘାତ ହୋଇଥିଲା।ରାଜୁଙ୍କ PRO ଅଜିତ ସକ୍ସେନା କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି ।
ତାଙ୍କର PRO ହାସ୍ୟ ଅଭିନେତାଙ୍କର ସମସ୍ତ ପ୍ରଶଂସକଙ୍କଠାରୁ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ଏହି ଖବର ରାଜୁଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥିଲା ଏବଂ ସମସ୍ତେ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।