ଭୁବନେଶ୍ୱର: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଏକ ବଡ ଖବର ସାମ୍ନାକୁ ଆସିଛି। ରାଜୁ ଶ୍ରୀବାସ୍ତବଙ୍କ ସାନଭାଇ ଦୀପୁ ଶ୍ରୀବାସ୍ତବ ସୋସିଆଲ ମିଡିଆରେ ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।
ସେ କହିଛନ୍ତି ଯେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଉନ୍ନତି କରୁଛି। ଡାକ୍ତରମାନେ ସେମାନଙ୍କର ୧୦୦ % ଦେଉଛନ୍ତି। ଗୁଜବ ଠାରୁ ଦୁରେଇ ରୁହନ୍ତୁ, ଆମର ଭାଇ ଯୋଦ୍ଧା ଅଟନ୍ତି । ସେ ଖୁବ୍ ଶୀଘ୍ର ଆମ ସମସ୍ତଙ୍କ ମଧ୍ୟରେ ଆସି ତାଙ୍କ କମେଡି ପେଡି ଖୋଲିବେ। ତେବେ ରାଜୁ ଶ୍ରୀବାସ୍ତବଙ୍କର ଅଗଷ୍ଟ ୧୦ ରେ ହୃଦଘାତ ହୋଇଥିଲା, ଯାହା ପରେ ତାଙ୍କୁ ଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା।