ଭୁବନେଶ୍ୱର: ୧୫ ଦିନ ପରେ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ଚେତା ଫେରିଲା। ରାଜୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି ବୋଲି ପରିବାର ଲୋକେ ଦାବି କରିଛନ୍ତି। ହୃଦଘାତ ପରେ ଦିଲ୍ଲୀର AIIMS ରେ ଚିକିତ୍ସିତ ହେଉଛନ୍ତି ରାଜୁ।
ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି। ରାଜୁ ଶ୍ରୀବାସ୍ତବ ଅଗଷ୍ଟ ୧୦ ରେ ଜିମରେ ବ୍ୟାୟାମ କରୁଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତଳେ ପଡିଯାଇଥିଲେ। ଏହି ଖବର ଶୁଣିବା ପରେ ରାଜୁଙ୍କ ଫ୍ୟାନ୍ସମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ।