ବାରଙ୍ଗରେ ଦୁଷ୍କର୍ମ , ପୁନେରୁ ଗିରଫ

କଟକ : ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଲେ ଗିରଫ | ପୁଲିସ କମିସନର୍ ଦେଲେ ସୂଚନା |

୧୯୯୯ ମସିହାରେ କଟକ ବାରଙ୍ଗ ଅଞ୍ଚଳର ଏକ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି | ଅଭିଯୁକ୍ତର ଜଣକ ହେଲେ ବିବନ ବିଶ୍ୱାଳ | ୨୨ ବର୍ଷ ପରେ ଅଭିଯୁକ୍ତକୁ ମହାରାଷ୍ଟ୍ରର ପୁନେ ଅଞ୍ଚଳରୁ ଗିରଫ କରାଯାଇଥିଲା | ଅଭିଯୁକ୍ତ ବିବନ ଗିରଫ ପରେ ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ଏ ନେଇ ସୂଚନା ପ୍ରଦାନ କରିଛନ୍ତି |