‘ବଚ୍ଚପନ କା ପ୍ୟାର’ ଶୁଣି ରହି ପାରିଲେନି ରାପର ବାଦଶାହା, କହିଲେ ..ଖୁବ ଶୀଘ୍ର ମାର୍କେଟ କୁ ଆସୁଛି ଗୀତ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୀତ ‘ବଚ୍ଚପନ କା ପ୍ୟାର ମେରା ଭୁଲ ନେହିଁ ଜାନା ରେ ‘ ଶୁଣିବା ପରେ ରାପର ବାଦଶାହା ସହଦେଵଙ୍କୁ ଚଣ୍ଡିଗଡ଼କୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ଚଣ୍ଡିଗଡ଼ ଆସିବା ପରେ ବାଦଶାହ ସହଦେବଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି ।

ରାପର ବାଦଶାହା ନିଜ ଏବଂ ସହଦେବଙ୍କ ଏହି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ପୋଷ୍ଟର ସେୟାର କରି ବାଦଶାହା କ୍ୟାପସନରେ ଲେଖିଛନ୍ତି, ଯେ ‘ପିଲାଦିନର ପ୍ରେମ, ଖୁବ ଶୀଘ୍ର ଆସିବ।’ ଏହି ପୋଷ୍ଟ ପରେ ବାଦଶାହାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଏହି ପୋଷ୍ଟର ଏପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଲାଇକ୍ ପାଇଛି।

ଏହା ବ୍ୟତୀତ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସାମ୍ନାରେ ମଧ୍ୟ ସହଦେବ ଏହି ଗୀତ ଗାଇଥିଲେ। ମୁଖ୍ୟମନ୍ତ୍ରୀ ସାହଦେବଙ୍କ ଗୀତ ଶୈଳୀକୁ ପ୍ରଶଂସା କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନେଇ ମଧ୍ୟ କାମନା କରିଥିଲେ।