ଭୁବନେଶ୍ୱର :ଝରାଫୁଲ ମୃତ୍ୟୁ ଘଟଣାର ଆଉ ଏକ ସିସି ଟିଭି ଫୁଟେଜ । ମୃତ୍ୟୁ ର ପୂର୍ବଦିନ ଉଭୟ ରାକେଶ ଏବଂ ଝରାଫୁଲ ଲିଙ୍ଗରାଜ ଷ୍ଟେସନ ପାଖରେ ଥିବା ରେଷ୍ଟୁରାଣ୍ଟ ରେ ଦୁହେଁ ଖାଇଥିଲେ । ଏହାର ସିଧାସଳଖ ଚିତ୍ର ସେହି ରେଷ୍ଟୁରାଣ୍ଟ ର ସିସିଟିଭି ରେ କଏଦ ହୋଇଥିଲା । ଝରଫୁଲ ର ମର୍ଡର ମିଷ୍ଟ୍ରି ଦିନକୁ ଦିନ ନୂଆ ନୂଆ ମୋଡ଼ ନେବାରେ ଲାଗିଛି । ଯାହା ସୂଚନା ମିଳୁଛି ଯାଜପୁର ପୋଲିସ ଏବଂ କମିଶନରେଟ ପୋଲିସ ଏହି ଦିଗକୁ ନେଇ ଅଧିକ ତଦନ୍ତ କରିବ । ଏପଟେ ଅଭିଯୁକ୍ତକୁ ଗତକାଲି କୋର୍ଟ ରେ ହାଜର କରିଛି କୁଆଖିଆ ଥାନା ପୋଲିସ । ଅଭିଯୁକ୍ତକୁ ରିମାଣ୍ଡ ରେ ଆଣିଲେ ଏସବୁ ସସପେନ୍ସ ର ଖୁଲାସା ହେବ । ସୂଚନା ଅନୁଯାୟୀ ମୃତୁର ପୂର୍ବଦିନ ରାତିରେ ଏକାଠି ଥିଲେ ରାକେଶ ଓ ଝରଫୁଲ । ରାକେଶ ହେଉଛି ଝରଫୁଲର ପୁରୁଷ ବନ୍ଧୁ । ଝରା ଫୁଲ କୁ ମୁଁ ହତ୍ୟା କରିନାହିଁ କହିଲା ରାକେଶ । 26 ତାରିଖ ରୁ 27 ତାରିଖ ପର୍ଯ୍ୟନ୍ତ ଝରାଫୁଲ ଏବଂ ରାକେଶ ଖଣ୍ଡଗିରି ର ଧର୍ମ ବିହାରରେ ଏକ oyo ହୋଟେଲ ରେ ରହିଥିଲେ । ଶିବସାଇ ଗେଷ୍ଟ ହାଉସ ରେ ରାତିରେ ଦୁହେଁ ଏକାଠି ରହିଥିଲେ । ଏହାର ସିଧା ସିଧା ସଳଖ ଚିତ୍ର ସିସି ଟିଭିରେ କଏଦ ହୋଇଛି । 27 ତାରିଖ ଦିନ ସକାଳେ ଦୁଇ ଜଣ ଯୁବକ ତାଙ୍କୁ ସ୍କୁଟି ରେ ବସାଇ ନେଇ ଯାଉଥିବା ସିସି ଟିଭିରେ କଏଦ ହେଉଛି । ରାକେଶ କହିବା କଥା ହେଉଛି ଝରଫୁଲ ର ଫୁଡ଼ ପଏଜନ ରେ ମୃତୁ ହୋଇଛି । ଯଦି ଫୁଡ଼ ପ ଏ ଜନ ରେ ମୃତୁ ହୋଇଥିଲା ତେବେ କାହିଁକି ମୃତ ଦେହକୁ ସ୍କୁଟି ରେ ବସାଇ ଏତେ ବାଟ ନେଉଥିଲେ ଏସବୁ ଏବେ ପୋଲିସ ପାଇଁ ଏକ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଯାହା ପୋଲିସ କହିବା କଥା ଅଭିଯୁକ୍ତ ରାକେଶ କୁ ପୋଲିସ ଖଣ୍ଡଗିରି ଆଣିବ ଅଧିକ ପଚରା ଉଚରା ପାଇଁ ତାପରେ ମୁତ୍ଯୁ ପଛରେ ରହସ୍ୟ ହଟିବ ।