ଭୁବନେଶ୍ୱର : ବହୁଚର୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା ରେ ଅଭିଯୁକ୍ତ ରାକେଶ ସ୍ବାଇଁକୁ 3 ଦିନ ରିମାଣ୍ଡରେ ନେଲା କୁଆଖିଆ ଥାନା ପୋଲିସ । ଆସନ୍ତା କାଲି ସକାଳେ ଜେଲରୁ ରିମାଣ୍ଡରେ ନେବ କୁଆଖିଆ ପୋଲିସ । ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜିଲ୍ଲା ଦୌରାଜଜ୍ ।
ସୁଚନା ଅନୁଯାଇ ଅଭିଯୁକ୍ତ ରାକେଶ ସ୍ବାଇଁକୁ ପାଞ୍ଚ ଦିନିଆ ରିମାଣ୍ଡ ରେ ନେବା ପାଇଁ କୁଆଖିଆ ପୋଲିସ ଆବେଦନ କରିଥିଲା । ଝରାଫୁଲ ର ଶବ ମୃତ୍ୟୁ ଘଟଣା ଓ ଶବ ବୋହିବା କାର୍ଯ୍ୟରେ କିଏ କିଏ ସହଯୋଗ କରିଛନ୍ତି ଏବଂ ଶବ ବୋହିବା ପାଇଁ ବ୍ୟବହୃତ ସ୍କୁଟି ଗଲା କୁଆଡେ ? ଏ ସବୁ ବିଷୟରେ ତଦନ୍ତ କରିବା ପାଇଁ ରାକେଶ ଙ୍କୁ ରିମାଣ୍ଡ ରେ ନେବା ପାଇଁ ପୋଲିସ ଆବେଦନ କରିଥିଲା ।
ସେଥିପାଇଁ ଯାଜପୁର ଜିଲ୍ଲା ଦୌରାଜଜ ଅବିଯୁକ୍ତକୁ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଯାହା ପୋଲିସ ସୂତ୍ରରୁ ଖବର ମିଳୁଛି ଅଭିଯୁକ୍ତ ରାକେଶ ସ୍ବାଇଁର କ୍ରାଇମ ସିନ ରିକ୍ରିଏସନ କରିବ ପୋଲିସ । ଅଭିଯୁକ୍ତକୁ ଖଣ୍ଡଗିରି ସ୍ଥିତ ଶିବ ସାଇ ଗେଷ୍ଟ ହାଉସ କୁ ଆଣି ଅଧିକ ତଦନ୍ତ କରିବ ପୋଲିସ । ଝରାଫୁଲ ନାୟକ ମୃତ୍ୟୁ ପଛରେ କଣ ରହିଛି ସତ ତାହାହିଁ ଜାଣିଛି ପୁରୁଷ ବନ୍ଧୁ ରାକେଶ । ତେବେ ପୋଲିସ ଆଗରେ କେତେ ସତ କହିବ ରାକେଶ ତାହା ସମସ୍ତଙ୍କ ନଜର ।