ଘରୁ ଏମିତି ଅବସ୍ଥାରେ ଧରାପଡ଼ିଥିଲେ ଅର୍ଜୁନ ଆଉ ମଲାଇକା , ଦେଖିକି ନିଜକୁ ନିୟନ୍ତ୍ରଣ କରିପାରିନଥିଲେ ସଲମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଅଭିନୟ ଅପେକ୍ଷା ନିଜର ଫିଟନେସ ଓ ଅର୍ଜୁନ କପୁରଙ୍କ ସହ ସମ୍ପର୍କ କୁ ନେଇ ଅଧିକ ଚର୍ଚ୍ଚାରେ ରହିଆସିଛନ୍ତି । ଅର୍ଜୁନଙ୍କ ସହ ମଲାଇକାଙ୍କ ସମ୍ପର୍କ ବିଷୟରେ କିଛି ଏମିତି ଖବର ଅଛି ଯାହାକି ଆପଣ ଜାଣିନଥିବେ ।

କିନ୍ତୁ ଆଜି ଆମେ ଆପଣଙ୍କୁ ଅଭିନେତ୍ରୀଙ୍କ ଅତୀତର ବ୍ୟକ୍ତିଗତ ଜୀବନର କିଛି ଏମିତି କଥା କହିବାକୁ ଯାଉଛୁ, ଯେଉଁ କାରଣରୁ ବୋଧହୁଏ ମଲାଇକା ଏବଂ ଅରବାଜ ପରସ୍ପରଠାରୁ ଅଲଗା ହୋଇଥିଲେ ଏବଂ ସେଥିପାଇଁ ଅର୍ଜୁନ-ମଲାଇକାଙ୍କ ସମ୍ପର୍କ ମଜବୁତ ହୋଇଥିଲା ।

ବାସ୍ତବରେ ଏହା ସେହି ସମୟର ବିଷୟ ଯେତେବେଳେ ମଲାଇକା ସଲମାନ ଖାନଙ୍କ ବୋହୂ ଥିଲେ । ସେହି ସମୟରେ ମଧ୍ୟ ଅର୍ଜୁନ କପୁର ସଲମାନଙ୍କ ଘରକୁ ଯାଉଥିଲେ।

ଅର୍ଜୁନ କପୁରଙ୍କ ମଲାଇକା ପୂର୍ବରୁ ସଲମାନ ଖାନଙ୍କ ଭଉଣୀଙ୍କ ସହିତ ମଧ୍ୟ ସମ୍ପର୍କ ରହିଥିଲା । ମିଡିଆ ରିପୋର୍ଟ ଅନୁଯାୟୀ ଅର୍ଜୁନ କପୁର ସଲମାନଙ୍କ ଭଉଣୀଙ୍କ ସହ ସମ୍ପର୍କ ରଖିଥିଲେ। କିନ୍ତୁ ଯେତେବେଳେ ସଲମାନ ଏହି ବିଷୟରେ ସୂଚନା ପାଇଲେ, ସେତେବେଳେ ଅଭିନେତାଙ୍କ ଭଉଣୀ ଅର୍ଜୁନ କପୁରଙ୍କଠାରୁ ଦୂରତା ଆରମ୍ଭ କରିଥିଲେ। ପରେ ଅର୍ଜୁନ ମଲାଇକାଙ୍କ ସମ୍ପର୍କରେ ଆସିଥିଲେ ।

ଯେତେବେଳେ ଅର୍ଜୁନ କପୁର ସଲମାନଙ୍କ ଘରକୁ ବାରମ୍ବାର ଆସୁଥିଲେ, ସେତେବେଳେ ସେ ମଲାଇକାଙ୍କ ସହ ଅନେକ ଥର ବୁଲୁଥିବାର ନଜର ଆସିଥିଲେ। ଥରେ ମଲାଇକା ଏବଂ ଅର୍ଜୁନ କପୁର କାନ୍ଧରେ ହାତ ପକେଇ ବସିଥିବାର ଦେଖିବାକୁ ପାଇଥିଲେ ସଲମାନ । ଯାହାକୁ ଦେଖି ସହଜରେ ଗ୍ରହଣ କରିପାରିନଥିଲେ ସଲମାନ । ଆଉ ରାଗ ତମତମରେ ସେ ଅର୍ଜୁନ କପୁରଙ୍କୁ ସେଠାରୁ ଚାଲିଯିବାକୁ କହିଲେ ,ନଚେତ କିଛି ଭଲ ହେବନି ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।