ଭୁବନେଶ୍ୱର: ରେଷ୍ଟୁରାଣ୍ଟରେ ଖାଇବା ପରେ ଆପଣଙ୍କୁ ଆଉ ସର୍ଭିସ ଚାର୍ଜ ଦେବାକୁ ପଡିବ ନାହିଁ । ଏନେଇ ଉପଭୋକ୍ତା ବ୍ୟାପାର ବିଭାଗ ଜୁନ୍ ୨ ରେ ଏକ ବଡ ବୈଠକ ଡାକିଛି ଯେଉଁଥିରେ ହୋଟେଲ, ରେଷ୍ଟୁରାଣ୍ଟ ସହ ଜଡିତ ସଂଗଠନ ଏଥିରେ ସାମିଲ ହେବେ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ, ଉପଭୋକ୍ତା ବ୍ୟାପାର ବିଭାଗର ସଚିବ ରୋହିତ ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ NRAI ବ୍ୟତୀତ ଜୋମାଟୋ, ସ୍ଵିଗି, ଡେଲିଭେରୀ, ଜେପ୍ଟୋ, ଓଲା, ଉବେର ଭଳି ପ୍ରଦାନକାରୀଙ୍କୁ ମଧ୍ୟ ଡକାଯାଇଛି। ଏହି ବୈଠକରେ ଅନେକ ବଡ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବ । ଗ୍ରାହକ ହେଲ୍ପଲାଇନରେ ଏହି ବିଷୟରେ କ୍ରମାଗତ ଅଭିଯୋଗ ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ବୈଠକରେ ସରକାର ଆଉ କଣ ସବୁ ନିଷ୍ପତ୍ତି ନେଉଛନ୍ତି ତାହାରି ଉପରେ ସମସ୍ତଙ୍କର ନଜର ରହିବ ।