ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ବିଶେଷ ଦିନରେ, ଆଜି ଆମେ ଆପଣଙ୍କୁ ଭାରତର ଏମିତି କିଛି ମହିଳାମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସେମାନଙ୍କର ପରିଶ୍ରମ ବଳରେ ନିଜର ପରିଚୟ ସୃଷ୍ଟି କରିନାହାଁନ୍ତି ବରଂ ଦେଶର ନାମକୁ ମଧ୍ୟ ଆଲୋକିତ କରିଛନ୍ତି।
କିରଣ ମଜୁମଦାର ଶା – Biocon ର ପ୍ରତିଷ୍ଠାତା କିରଣ ମଜୁମଦାର ଦେଶର ସବୁଠାରୁ ଧନୀ ମହିଳାମାନଙ୍କ ମଧ୍ୟରେ ଗଣନା କରାଯାଏ । Hurun Global Rich List 2021 ଅନୁଯାୟୀ କିରଣଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୪.୮ ବିଲିୟନ ଡ଼ଲାର୍।
ସ୍ମିତା ଭି କୃଷ୍ଣା- ଗୋଦରେଜ ର ଉତ୍ତରାଧିକାରୀ ସ୍ମିତା ଭି କୃଷ୍ଣା Hurun Global Rich List 2021 ରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୪.୭ ବିଲିୟନ ଆମେରିକୀୟ ଡଲାର ।
ମଞ୍ଜୁ ଦେଶବନ୍ଧୁ ଗୁପ୍ତା- ଲୁପାଇନ୍ ଲିମିଟେଡ୍ ର ସହ-ପ୍ରତିଷ୍ଠାତା ଦେଶବନ୍ଧୁ ଗୁପ୍ତାଙ୍କ ପତ୍ନୀ ମଞ୍ଜୁ ଦେଶବନ୍ଧୁ ଗୁପ୍ତା ମଧ୍ୟ ବହୁତ ଧନୀ ମହିଳାଙ୍କ ମଧ୍ୟରେ ଗଣାଯାଏ। ତାଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ ହେଉଛି ୩.୩ ବିଲିୟନ ଡ଼ଲାର୍ ।
ଲୀନା ଗାନ୍ଧୀ ତିୱାରୀ- ଲୀନା ଗାନ୍ଧୀ ତିୱାରୀ ଜେନେରିକ୍ ଫାର୍ମାସ୍ୟୁଟିକାଲ୍ ଉତ୍ପାଦନକାରୀ କମ୍ପାନୀ USV Private Limited ର ଚେୟାରମ୍ୟାନ୍ ଅଛନ୍ତି। ତାଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ ହେଉଛି ୨୧ ବିଲିୟନ ଡ଼ଲାର୍ ।
ରାଧା ଭେମ୍ବୁ- ଜୋହୋ ନିଗମର ଅଧିକାଂଶ ଅଂଶୀଦାର ଥିବା ରାଧା ଭେମ୍ବୁଙ୍କର ମୋଟ ସମ୍ପତି US $ ୧.୭ ବୋଲି ଦର୍ଶାଯାଇଛି।