Odia

ଆମ୍ବୁଲାନ୍ସରେ ଚାଲିଥିଲା ରୋମାନ୍ସ, ସୋସିଆଲ ମିଡିଆରେ ଭାଇରଲ ପରେ କାର୍ଯ୍ୟାନୁଷ୍ଠାନ

ଉତ୍ତରପ୍ରଦେଶ: ସରକାରୀ ଆମ୍ବୁଲାନ୍ସରେ ୧୭ ସେକେଣ୍ଡର ଏକ ଅନ୍ତରଙ୍ଗ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ମାତ୍ରେ ଆମ୍ବୁଲାନ୍ସ କମ୍ପାନୀ କର୍ମଚାରୀଙ୍କୁ ଚାକିରୀକୁ ବହିଷ୍କାର କରିଦିଆଯାଇଛି । ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ରାମପୁରର ଜିଲ୍ଲା ଡାକ୍ତରଖାନାରେ ବ୍ୟବହୃତ ହେଉଥିବା ଆମ୍ବୁଲାନ୍ସଟି GBK କମ୍ପାନୀ ଦ୍ୱାରା ପରିଚାଳିତ । ଏହାର ଜଣେ କର୍ମଚାରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ କର୍ମଚାରୀ ଜଣଙ୍କ ସରକାରୀ ଆମ୍ବୁଲାନ୍ସରେ ଜଣେ ମହିଳାଙ୍କ ସହ ନଜର ଆସିଥିଲେ । ଯେତେବେଳେ ପ୍ରଶାସନ ନିକଟକୁ ଖବର ଆସିଲା ସେତେବେ ସେମାନେ ସମ୍ପୃକ୍ତ GBK କମ୍ପାନୀକୁ ଜଣାଇଲେ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟ ଚିକିତ୍ସା ଅଧିକାରୀ ସୁବୋଧ କୁମାର ଶର୍ମା କହିଛନ୍ତି ଯେ ଆମ୍ବୁଲାନ୍ସରେ କିଛି ଆପତ୍ତିଜନକ କାର୍ଯ୍ୟ କରୁଥିବାବେଳେ ଭିଡିଓ ଭାଇରାଲ ହୋଇଛି । ଏଥିପାଇଁ ତାଙ୍କ ଅଧିକାରୀ ଆମ୍ବୁଲାନ୍ସ ଚଳାଉଥିବା GBK କମ୍ପାନୀକୁ ଲେଖାଯାଇଥିଲା । ପରେ ସ୍ଥାନୀୟ ମ୍ୟାନେଜର ଏବଂ ତାଙ୍କ ସ୍ଥାନରେ ଥିବା ଦାୟିତ୍ୱ ମୋତେ କହିଥିଲେ ଯେ ଅଭିଯୁକ୍ତଙ୍କୁ ବହିଷ୍କାର କରିଦିଆଯାଇଛି ।

Tags

Related Articles

Back to top button
Close