ଭୁବନେଶ୍ୱର : ରୟାଲ୍ ଏନଫିଲ୍ଡ ଠାରୁ ହୋଣ୍ଡା ପର୍ଯ୍ୟନ୍ତ, ଅଗଷ୍ଟ ମାସରେ ଦମଦାର ବାଇକ ଲଞ୍ଚ ହେବାକୁ ଯାଉଛି । ରୟାଲ୍ ରୟାଲ୍ ଏନଫିଲ୍ଡ ଏକାସାଙ୍ଗରେ ଦୁଇଟି ବାଇକ୍ ଲଞ୍ଚ କରିବା ନେଇ ପ୍ରସ୍ତୁତ ଥିବା ବେଳେ, ହିରୋ ଆଉ ହୋଣ୍ଡା ବଜାରରେ ନୂତନ ମଡେଲ୍ ମଧ୍ୟ ଲଞ୍ଚ କରିବା ନେଇ ଯୋଜନା କରୁଛନ୍ତି ।
Royal Enfield Hunter 350
ଏହା କମ୍ପାନୀର ସବୁଠାରୁ ଶସ୍ତା ବାଇକ୍ ହୋଇପାରେ। ୭ ଅଗଷ୍ଟରେ ହଣ୍ଟର୍ ୩୫୦ ଲଞ୍ଚ ହୋଇପାରେ । ଏହି ବାଇକ୍ ର ମୂଲ୍ୟ ୧.୫ ଲକ୍ଷରୁ ୧.୬ ଲକ୍ଷ ମଧ୍ୟରେ ହେବ ବୋଲି ଆଶା କରାଯାଉଛି ।
Royal Enfield Bullet 350
କମ୍ପାନୀ ଚଳିତ ମାସରେ ବୁଲେଟ୍ ୩୫୦ କୁ ଏକ ନୂତନ ଅବତାରରେ ଆଣିବାକୁ ଯାଉଛି। ବୁଲେଟ୍ ୩୫୦ ବର୍ତ୍ତମାନ କମ୍ପାନୀର ଏଣ୍ଟ୍ରି ଲେଭଲ୍ ବାଇକ୍ ଅଟେ। ଏହାର ମୂଲ୍ୟ ପ୍ରାୟ ୧.୭ ଲକ୍ଷ ଟଙ୍କା ହୋଇପାରେ ବୋଲି ଆଶା କରାଯାଉଛି।
Hero Xpulse 200T
ହିରୋ ଏହାର Xpulse 200T କୁ ମଧ୍ୟ ଅପଡେଟ୍ କରିପାରେ। ନୂତନ ମଡେଲର ମୂଲ୍ୟ ୧.୨୪ ଲକ୍ଷ ଟଙ୍କା ହୋଇପାରେ।
Honda BigWing
ହୋଣ୍ଡା Honda BigWing ର ଏକ ନୂତନ ମଡେଲ୍ ଉପସ୍ଥାପନ କରିପାରେ । ଏହାର ଉନ୍ମୋଚନ ୮ ଅଗଷ୍ଟରେ କରାଯିବ। ବର୍ତ୍ତମାନ ବାଇକର ନାଁ କି ଫିଚର୍ସ ଉପରେ କୌଣସି ସୂଚନା ଉପଲବ୍ଧ ନାହିଁ। ଏହା ହୋଣ୍ଡା CB500X ର ଏକ ଅପଡେଟ୍ ଅବତାର ହୋଇପାରେ ବୋଲି ବିଶ୍ୱାସ କରାଯାଏ।