ଭୁବନେଶ୍ୱର: ରୟାଲ ଏନଫିଲ୍ଡ ଚଳିତ ବର୍ଷ ୪ ଟି ନୂଆ ବାଇକ୍ ଲଞ୍ଚ କରିବାକୁ ଯାଉଛି। ରୟାଲ୍ ଏନଫିଲ୍ଡ କ୍ଲାସିକ୍ ବବର୍ ୩୫୦, ରୟାଲ୍ ଏନଫିଲ୍ଡ ସ୍କ୍ରାମ ୪୧୧, ବୁଲେଟ୍ ୩୫୦ ଏବଂ ହଣ୍ଟର୍ ୩୫୦ । ଭାରତୀୟ ବଜାରରେ ରୟାଲ ଏନଫିଲ୍ଡର ଏହି ସବୁ ବାଇକ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ସମସ୍ତଙ୍କ ପାଇଁ ଏକ ପ୍ରକାର କଷ୍ଟସାଧ୍ୟ ହୋଇପାରେ ।
ରୟାଲ୍ ଏନଫିଲ୍ଡ ହଣ୍ଟର୍ ୩୫୦
ଖୁବ୍ ଶୀଘ୍ର ଭାରତକୁ ଆସିବ ରୟାଲ୍ ଏନଫିଲ୍ଡ ହଣ୍ଟର୍ ୩୫୦ । ଏହି ବାଇକ୍ ରୟାଲ୍ ଏନଫିଲ୍ଡ ମେଟର୍ ୩୫୦ ର ପ୍ଲାଟଫର୍ମରେ ନିର୍ମିତ ହେବ, କିନ୍ତୁ ଏହାର ଷ୍ଟାଇଲିଂ ଏବଂ ଡିଜାଇନ୍ ସମ୍ପୂର୍ଣ୍ଣ ଭିନ୍ନ ହେବ ।
ରୟାଲ୍ ଏନଫିଲ୍ଡ ବୁଲେଟ୍ ୩୫୦
ବର୍ତ୍ତମାନର ମଡେଲ ତୁଳନାରେ ନୂତନ ରୟାଲ୍ ଏନଫିଲ୍ଡ ବୁଲେଟ୍ ୩୫୦ ମୋଟରସାଇକେଲର ଷ୍ଟାଇଲିଂ ଏବଂ ଡିଜାଇନ୍ ଯଥେଷ୍ଟ ପରିବର୍ତ୍ତନ ହେବ । ବୁଲେଟ୍ ୩୫୦ ରେ ଆପଣ ଏକ ନୂତନ ୩୫୦ ସିସିର ଶକ୍ତିଶାଳୀ ଇଞ୍ଜିନ୍ ପାଇବେ ।
ରୟାଲ୍ ଏନଫିଲ୍ଡ ହିମାଳୟ (ସ୍କ୍ରାମ ୪୧୧ )
୨୦୨୨ ମସିହାରେ କମ୍ପାନୀ ହିମାଳୟର ଏକ ନୂତନ ମଡେଲ୍ ଲଞ୍ଚ କରିବ । ନୂତନ ବାଇକ୍ ର ନାମ ରୟାଲ୍ ଏନଫିଲ୍ଡ ସ୍କ୍ରାମ ୪୧୧ ହୋଇପାରେ ଯାହା ଏକ ହିମାଳୟ ଭିତ୍ତିକ ସ୍କ୍ରାମବ୍ଲର୍ ମୋଟରସାଇକେଲ୍ ।
ରୟାଲ୍ ଏନଫିଲ୍ଡ କ୍ଲାସିକ୍ ୩୫୦ ବବର୍
ରୟାଲ୍ ଏନଫିଲ୍ଡ କ୍ଲାସିକ୍ ୩୫୦ ବବର୍ ମୋଟରସାଇକେଲ୍ ୨୦୨୨ ମସିହାରେ ଲଞ୍ଚ ହେବାର ସମ୍ଭାବନା ରହିଛି । ହଣ୍ଟର୍ ପରି, ନୂତନ ମୋଟରସାଇକେଲ୍ ରେ ଆପଣ ୩୫୦ ସିସିର ଶକ୍ତିଶାଳୀ ଇଞ୍ଜିନ୍ ପାଇବେ ।