ଏ କେମିତିକା ନିୟମ : ଭିନ୍ନ ଜାତିରେ ବିବାହ କରିବାରୁ ଯୁବକଙ୍କୁ ଜୋରିମାନା, ୨୫.୬୦ ଲକ୍ଷ ଜୋରିମାନା ସହ ନିଆଁ-ପାଣି ବାସନ୍ଦ କଲା ଗ୍ରାମସଭା

ଭୁବନେଶ୍ୱର : ଜାତିପ୍ରଥା ଭଳି କୁତ୍ସିତ ପରମ୍ପରା ଏବେ ବି ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି | ଅନ୍ୟ ଜାତିରେ ବିବାହ କରିବାରୁ ଜଣେ ଯୁବକକୁ ୨୫ ଲକ୍ଷ ୬୦ ହଜାର ଜୋରିମାନା ସହ ନିଆଁ ପାଣି ବାସନ୍ଦ କଲେ ଗ୍ରାମବାସୀ | ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ନିଆଳିଝରଣ ଗାଁରେ |

ସୂଚନା ମୁତାବିକ, ଖାଳିଆମେଣ୍ଟା ପଞ୍ଚାୟତର ନିଆଳିଝରଣ ଗାଁର ମହେଶ୍ୱର ବାସ୍କେ ନିକଟସ୍ଥ ନାଗାଡାହି ଗାଁ ର ସୋମବାରୀକୁ ୬ମାସ ତଳେ ବିବାହ କରିଥିଲେ | ସୋମବାରୀ ଅନ୍ୟ ଜାତିର ହୋଇଥିବାରୁ ବିବାହ ପରେ ଉଭୟ ବାହାରେ ରହୁଥିଲେ | ଏବେ ଘରକୁ ଆସିବା ପରେ ଗ୍ରାମସଭା ବସାଇ ସମ୍ପୃକ୍ତ ପରିବାରକୁ ନିଆଁ ପାଣି ବାସନ୍ଦ କରିଛନ୍ତି | ତତ ସଂଗେ ସଂଗେ ୨୫ଲକ୍ଷ ୬୦ହଜାର ଟଙ୍କା ଜୋରିମାନା କରିଛନ୍ତି, ଯାହାକୁ ଭରଣା କରିବା ପାଇଁ ମହେଶ୍ୱର ସକ୍ଷମ ନୁହେଁ | ଏବେ ମହେଶ୍ୱର ନିଜ ସ୍ତ୍ରୀ ଓ ମା ଙ୍କୁ ଧରି ନିଜ ମାମୁଁ ଘରେ ଆଶ୍ରୟ ନେବା ସହିତ ଘଷିପୁରା ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ କରିଛନ୍ତି |