୧୦ ସେକେଣ୍ଡର ଭିଡିଓ ପାଇଁ ୪୮ କୋଟି ? ଦେଖନ୍ତୁ ଭିଡିଓ .. ଜାଣିପାରିବେ ଦାମ୍‌ ପଛର କାରଣ

ଭୁବନେଶ୍ୱର : ୧୦ ସେକେଣ୍ଡର ଭିଡିଓ ପାଇଁ ୪୮ କୋଟି ? ଏହା କ ‘ଣ ସମ୍ଭବ ? ସେ ଭିଡି଼ଓରେ ଏମିତି କଣ ରହିଛି ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଛି ସାଧାରଣ ଲୋକଙ୍କ ମନରେ। କିନ୍ତୁ ଏହା ସତ୍ୟ ଯେ ନିକଟରେ ଏକ ଭିଡିଓ ୪୮ କୋଟିରେ କିଣାଯାଇଛି।

ଖବର ଅନୁଯାୟୀ, ମିଆଁମାର ବାସିନ୍ଦା ପାବ୍ଲୋ ରୋଡ୍ରିଗୋଏଜ୍ ଫ୍ରାଏଲ୍ (Pablo Rodriguez Fraile) ଗତ ବର୍ଷ ୬୭,୦୦ ଡଲାର (୪୯ .୨୩ ଲକ୍ଷ) ଖର୍ଚ୍ଚ କରି ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ନିର୍ମାଣ ହୋଇଥିବା ୧୦ ସେକେଣ୍ଡର ଏହି ଭିଡିଓ ଗତ ସପ୍ତାହରେ ୬.୬ ମିଲିୟନ୍ ଡଲାରରେ (ପ୍ରାୟ ୪୮.୪୭ କୋଟି ଟଙ୍କା) ରେ କିଣାଯାଇଥିଲା । ଯେଉଁ ଭିଡିଓକୁ ସମଗ୍ର ବିଶ୍ୱରେ ଖୁବ ଆଲୋଚନା ମଧ୍ୟ କରାଯାଉଛି।

ଏହି ଭିଡିଓରେ କଣ ଅଛି ?
କମ୍ପ୍ୟୁଟର ସାହାଯ୍ୟରେ ପ୍ରସ୍ତୁତ ଏହି ଭିଡିଓରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ କ୍ଷେତରେ ପଡ଼ିଥିବାର ନଜର ଆସିଛନ୍ତି। ଟ୍ରମ୍ପଙ୍କ ଶରୀରରେ ଅନେକ ବାର୍ତ୍ତା ଲେଖାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି ।

ଏହି ଭିଡିଓ କାହିଁକି ଏତେ ମହଙ୍ଗା ?
ରିପୋର୍ଟ ଅନୁଯାୟୀ, ପ୍ରଥମ ଥର ପାଇଁ ଏହି ଡିଜିଟାଲ୍ ଭିଡିଓ କିଣିବା ପାଇଁ କ୍ରିପ୍ଟୋକରେନ୍ସି (Cryptocurrency) ବ୍ୟବହାର କରାଯାଇଛି। ଏହି ଭିଡିଓକୁ ବ୍ଲକ୍ ଚେନ୍ (Blockchain) ସହିତ ଯାଞ୍ଚ କରାଯାଇଛି । ଏଥିରେ ଏକ ଡିଜିଟାଲ ଦସ୍ତଖତ ରହିଛି , ଯାହାଦ୍ୱାରା ଭିଡିଓର ପ୍ରକୃତ ମାଲିକ କିଏ ତାହା ସହଜରେ ଜାଣିହେବ । ମୋଟ ଉପରେ କହିବାକୁ ଗଲେ , ଏହି ଡିଜିଟାଲ୍ ଭିଡିଓ ଚୋରି ହୋଇପାରିବ ନାହିଁ ।

Non-Fungible Token ର ବ୍ୟବହାର
ଏହି ଡିଜିଟାଲ୍ ଭିଡିଓରେ Non-Fungible Token (NFT) ବ୍ୟବହୃତ ହୋଇଛି । ଏହି ନୂତନ ଟୋକନ୍ କେବଳ ଅନଲାଇନ୍ ବିନିଯୋଗ ପାଇଁ ବ୍ୟବହୃତ ହେଉଛି।