ବାଲେଶ୍ଵର : ଦିନ ଦୀପହରରେ ବାଲେଶ୍ୱର ରେ ଫୁଟିଲା ଗୁଳି । ଗୁଳି ଫୁଟାଇ 3 ଲକ୍ଷ20 ହଜାର ଟଙ୍କା ଲୁଟିନେଲେ ଲୁଟେରା । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସଦର ଥାନା ଖାନନଗର ନିକଟରେ ।
ତେବେ ଘଟଣା ଅନୁସାରେ ଏକ ଘରୋଇ ଜେସିବି କମ୍ପାନୀର କେସିଅର ଅଶୋକ ଜେନା ଓ କମ୍ପାନୀ ସିକୁରୀଟି ଟଙ୍କା ନେଇ ପାଖ ବ୍ୟାଙ୍କ ରେ ଜମା କରିବାକୁ ଯାଉଥିବାବେଳେ ଦୁଇ ଜଣ ଲୁଟେରା ନମ୍ବର ବିହୀନ ବାଇକ ରେ ଆସି ଗୁଳି ଫୁଟାଇ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ତେବେ ଗୁଳିକାଣ୍ଡ ରେ ଅଶୋକ ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମେଡିକଲ ଭର୍ତ୍ତି କରାଯାଇଛି । ସେପଟେ ଘଟଣାର ପୋଲସ ଛାନବୀନ ଆରମ୍ଭ କରିଛି ।
ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ସ୍କୁଲ ନିକଟରୁ ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟିନେଲେ ଦୁବୁର୍ତ୍ତ । ସ୍ୱସ୍ତି ରୀସର୍ଟ ର ୩ଜଣ କର୍ମଚାରୀ ଗୋଟିଏ କାର ରେ ୬ଲକ୍ଷ ଟଙ୍କା ନେଇ ବ୍ୟାଙ୍କ ଯାଉଥିବା ବେଳେ ମୁକ୍ତେଶ୍ଵର ମନ୍ଦିର ନିକଟରେ ୩ଜଣ ଦୁବୁର୍ତ୍ତ କଳା ପଲସର ରେ ଆସି ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି l
ଗତ ଦୁଇ ଦିନ ତଳେ ମଧ୍ୟ ବ୍ରହ୍ମପୁର ଏକ ୱେବ ଚ୍ୟାନେଲ ର ସାମ୍ବାଦିକଙ୍କ ଠାରୁ ୨ଲକ୍ଷ ଟଙ୍କା ଲୁଟ ହୋଇଥିଲା। ଲଗାତାର ଖଲିକୋଟ ଥାନା ଅଞ୍ଚଳରେ ଲୁଟ କୁ ନେଇ ସମସ୍ତେ ଆତଙ୍କିତ ଥିବା ଦେଖିବାକୁ ମିଳିଛି।