ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ଆତ୍ମୀୟତା ପ୍ରସଙ୍ଗକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଯାହାକି ଆଲିଆ ଭଟ୍ଟଙ୍କ ଫିଲ୍ମ ‘ସଡକ ୨’ର ଟ୍ରେଲରରେ ଲୋକଙ୍କ ରାଗ ଦେଖିବାକୁ ମିଳିଛି । ଅଗଷ୍ଟ ୧୨ ରେ ମୁକ୍ତିଲାଭ କରିଥିବା ‘ସଡକ ୨ ‘ର ଟ୍ରେଲରକୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।
ଭାରତରେ ୟୁଟ୍ୟୁବରେ ସବୁଠାରୁ ଅଧିକ ନାପସନ୍ଦ ଭିଡିଓ ‘ସଡକ ୨’ର ଟ୍ରେଲର ହୋଇଥିବା ବେଳେ ଦୁନିଆର ତୃତୀୟ ସର୍ବାଧିକ ନାପସନ୍ଦ ଭିଡିଓ ହୋଇପାରିଛି । ଫିଲ୍ମର ଟ୍ରେଲରକୁ ଏପର୍ଯ୍ୟନ୍ତ ପ୍ରାୟ ୧୦.୬୨ ନିୟୁତ ନାପସନ୍ଦ ମିଳିଛି। ଯେତେବେଳେ କି ଏହା କେବଳ ୫.୯ ଲକ୍ଷ ଲାଇକ୍ ପାଇଛି ।
ଉଇକିପିଡ଼ିଆ ଅନୁଯାୟୀ, ବିଶ୍ୱର ଦ୍ୱିତୀୟ ନାପସନ୍ଦ ଭିଡିଓ ହେଉଛି ପପ୍ ଷ୍ଟାର ଜଷ୍ଟିନ ବିବରଙ୍କ ଗୀତ ‘ବେବି’। ବିବରଙ୍କ ‘ବେବି’ ଗୀତକୁ ୧୧ .୫୯ ନିୟୁତ ନାପସନ୍ଦ କରାଯାଇଛି । ଯେତେବେଳେ ପ୍ରଥମ ସଂଖ୍ୟା ହେଉଛି ‘୨୦୧୮ ରିଭାଇଣ୍ଡ୍ ଭିଡିଓ’ ୟୁଟ୍ୟୁବ୍ ନିଜେ ୧୮.୨୦ ନିୟୁତ ନାପସନ୍ଦ ଦ୍ୱାରା ପୋଷ୍ଟ କରିଛି ।
ତେବେ ମହେଶ ଭଟ୍ଟଙ୍କ ଏହି ଚଳଚ୍ଚିତ୍ରରେ ତାଙ୍କର ଦୁଇ ଝିଅ ଆଲିଆ ଭଟ୍ଟ ,ପୂଜା ଭଟ୍ଟ,ସଞ୍ଜୟ ଦତ୍ତ ଏବଂ ନିର୍ମାତା ସିଦ୍ଧାର୍ଥ ରୟ କପୁରଙ୍କ ସାନ ଭାଇ ଆଦିତ୍ୟ ରୟ କପୁର ନଜର ଆସିଛନ୍ତି ।