ଭାରତର ସର୍ବଶ୍ରେଷ୍ଠ ୧୦ ସୁରକ୍ଷିତ କାର୍ ତାଲିକାରେ ଟାଟା ଆଉ ମହିନ୍ଦ୍ରା, ଚେକ୍ କରନ୍ତୁ କିଏ ଆଗରେ ?

ଭୁବନେଶ୍ୱର: ଜୁନ୍ ୨୦୨୨ ସୁଦ୍ଧା ସର୍ବଶ୍ରେଷ୍ଠ -୧୦ ଟି ସୁରକ୍ଷିତ କାର୍ ତାଲିକାରେ ଅଛନ୍ତି ଭାରତର ଏହି ଦୁଇ ନାମିଦାମୀ କମ୍ପାନୀ ଟାଟା ମୋଟର୍ସ ଏବଂ ମହିନ୍ଦ୍ରା।

୧୦ ଟି ସୁରକ୍ଷିତ ଯାନ ତାଲିକାରେ ସ୍ଥାନ ପାଇଛି ଶ୍ରେଷ୍ଠ ପାଞ୍ଚଟି କାର୍। ଯାହା ସମ୍ପୂର୍ଣ୍ଣ ୫ ଷ୍ଟାର ପାଇଛି ଏବଂ ଏଥିରେ ଟାଟାର ପଞ୍ଚ, XUV300, ଆଲଟ୍ରୋଜ, ନେକ୍ସନ୍ ଏବଂ XUV700 ଅନ୍ତର୍ଭୁକ୍ତ । ଏହି କ୍ଷେତ୍ରରେ ମଧ୍ୟ ଟାଟା ମୋଟର୍ସ ଏବଂ ମହିନ୍ଦ୍ରା ଆଗରେ ଅଛନ୍ତି। ଶ୍ରେଷ୍ଠ ୧୦ ଟି ସୁରକ୍ଷିତ କାର୍ ତାଲିକାରେ ୪ ଷ୍ଟାର ପାଇଛନ୍ତି ହୋଣ୍ଡା ଜାଜ୍, ଟୟୋଟା ଅର୍ବାନ କ୍ରୁଜର, ମହିନ୍ଦ୍ରା ମରାଜୋ, ଭୋଲ୍ସୱେଗେନ ପୋଲୋ ଏବଂ ମହିନ୍ଦ୍ରା ଥାର।

ଶିଶୁ ସୁରକ୍ଷା ଦୃଷ୍ଟିରୁ ସବୁଠାରୁ ସୁରକ୍ଷିତ କାରକୁ ବିଚାରକୁ ନେଲେ ମହିନ୍ଦ୍ରା XUV700 ସର୍ବାଧିକ ସ୍କୋର କରିଛି । ଏହା ପରେ ଥାର, ଟାଟା ପୁଞ୍ଚ, XUV300 ଏବଂ ଟୟୋଟା ଅର୍ବାନ କ୍ରୁଜର ରହିଛି।