ଭୁବନେଶ୍ୱର: ସଲମାନ ଖାନ ଓ ତାଙ୍କ ପିତାଙ୍କୁ ହତ୍ୟା ଧମକ । ରବିବାର ଦିନ ସଲମାନଙ୍କ ପିତା ସଲିମ ଖାନ ଯେତେବେଳେ ଜଗିଂ କରିବାକୁ ଯାଇଥିଲେ ସେତେବେଳେ ସେ ଏହି ଚିଠି ପାଇଥିଲେ। ଏହି ଚିଠି ପାଇବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ,ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ଏହି ଚିଠି ସଲମାନଙ୍କୁ ପଠାଯାଇଛି। ସଲିମ୍ ଖାନ୍ ସକାଳେ ଜଗିଂ କରିବାକୁ ଯାଇଥିଲେ, ସେତେବେଳେ ତାଙ୍କୁ ଏବଂ ତାଙ୍କ ପୁଅ ସଲମାନ ଖାନଙ୍କୁ ଧମକ ଦେଉଥିବା ଏକ ଚିଠି ଦେଖିବାକୁ ମିଳିଥିଲା। ଏହି ଚିଠିରେ ଲେଖାଥିଲା ଯେ ସଲମାନଙ୍କୁ ସିଦ୍ଧୁ ମୋସେୱାଲାଙ୍କ ଭଳି ହତ୍ୟା କରାଯିବ।
ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଚିଠି ପାଇବା ପରେ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଏଭଳି ଏକ ଧମକପୂର୍ଣ୍ଣ ଚିଠି ପାଇବା ପରେ ମୁମ୍ବାଇ ପୋଲିସ ଏହି ମାମଲାରେ ସଲମାନ ଏବଂ ତାଙ୍କ ପିତା ସଲିମ ଖାନଙ୍କ ସୁରକ୍ଷା ବୃଦ୍ଧି କରିଛି।