ସଞ୍ଜୟ କୁମାର ସିଂ ହେଲେ ବିଏମ୍‌ସି ନୂଆ କମିଶନର

ଭୁବନେଶ୍ୱର : ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର | ନୂଆ କମିସନର ଭାବେ ସଞ୍ଜୟ କୁମାର ସିଂଙ୍କୁ ନିଯୁକ୍ତି ଦିଆଯାଇଛି | ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ସଚିବ ଥିବା ସଞ୍ଜୟ କୁମାର ସିଂହଙ୍କୁ ବିଏମ୍‌ସି କମିଶନର ଦାୟିତ୍ୱ ସହିତ ବିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି | ତା’ସହିତ ତାଙ୍କୁ ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି |

ସେହିଭଳି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି | ଅନ୍ୟପକ୍ଷରେ ହେମନ୍ତ ଶର୍ମାଙ୍କୁ ଦକ୍ଷତା ବିକାଶର ଦାୟିତ୍ୱ ଦିଆଯାଇଛି | ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି | ସେହିପରି କ୍ରିଷନ କୁମାର ଇଡକୋ ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ |