ଓପିଏସସିର ଚେୟାରମ୍ୟାନ ପଦବୀରେ ଆଇପିଏସ ସତ୍ୟଜିତ ମହାନ୍ତି

କଟକ : ଓପିଏସସି ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ ସତ୍ୟଜିତ ମହାନ୍ତି | ପୁଲିସ୍‌ ବିଭାଗରେ ୩୩ ବର୍ଷ କାମ କରି ଗତକାଲି ନେଇଥିଲେ ସ୍ୱେଚ୍ଛାକୃତ ଅବସର |

 

୧୯୮୮ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି ଓଡିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି | ଚାକିରି କାଳ ଶେଷ ହେବା ପୂର୍ବରୁ ଗତକାଲି ସେ ଅଗ୍ନିଶମ ଡିଜି ପଦବୀରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ | ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା | ପୁଲିସ୍‌ ବିଭାଗରେ ସତ୍ୟଜିତ୍ ମହାନ୍ତି ଦୀର୍ଘ ସମୟ ଧରି ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି |

ଓଡିଶା ପୁଲିସ କମିସନର, ଇଣ୍ଟିଲିଜେନ୍ସି ଡାଇରେକ୍ଟର ଓ ଅଗ୍ନିଶମ ଡିଜି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ ସତ୍ୟଜିତ | ଏବେ ଓଡ଼ିଶା ସରକାରଙ୍କ ବିଭିନ୍ନ ପଦପଦବୀର ଚୟନ କରୁଥିବା ଓପିଏସସିର ଏହି ଗୁରୁ ଦାୟିତ୍ୱ ବହନ କରି ସେ ଅଢ଼େଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିବେ ବୋଲି ସୂଚନା ମିଳିଛି |

ଆସନ୍ତା ଅଗଷ୍ଟ ମାସରେ ସେ ଅବସର ଗ୍ରହଣ କରିବାକୁ ଥିବାବେଳେ ରାଜ୍ୟ ସରକାର ତାଙ୍କୁ ଓପିଏସସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ |