ଏହିମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବ SBI, ଡେରି ନ କରି ଚେକ କରନ୍ତୁ ଆପଣଙ୍କ ଆକାଉଣ୍ଟ

ଭୁବନେଶ୍ୱର : ଏସବିଆଇ ଫଣ୍ଡ ମ୍ୟାନେଜମେଣ୍ଟ (ଏସବିଆଇ ଏମଏଫ) ଏହି ସପ୍ତାହରେ Franklin Templeton ମ୍ୟୁଚୁଆଲ୍ ଫଣ୍ଡର ୬ ଟି ଯୋଜନାର ପରବର୍ତ୍ତୀ କିସ୍ତିରେ ୨,୪୮୯ କୋଟି ଟଙ୍କା ଟ୍ରାନ୍ସଫର କରିବ, ସୋମବାର ଠାରୁ ଟଙ୍କା ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ ହୋଇଛି। ଏସବିଆଇ ଏମଏଫ ପୂର୍ବରୁ ନିବେଶକଙ୍କୁ ୧୨,୦୮୪ କୋଟି ଟଙ୍କା ଟ୍ରାନ୍ସଫର କରିଥିଲା।

Franklin Templeton MF ନିବେଶକମାନେ ପାଇବେ ଟଙ୍କା
Franklin Templeton MF ର ମୁଖପାତ୍ର କହିଛନ୍ତି ଯେ ପରବର୍ତ୍ତୀ କିସ୍ତିରେ ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ ୬ ଟି ସ୍କିମର ୟୁନିଟିହୋଲ୍ଡରମାନଙ୍କୁ ୨,୪୯୮.୭୫ କୋଟି ଟଙ୍କା ବଣ୍ଟନ କରାଯିବ। Franklin Templeton MFର ୬ ଟି ବଣ୍ଡ ଯୋଜନାରେ ପୁଞ୍ଜି ନିବେଶ କରିଥିବା ନିବେଶକମାନଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ସୁପ୍ରିମକୋର୍ଟ କମ୍ପାନୀର ସମ୍ପତି ବଜାରରେ ବିକ୍ରି କରି ସେଥିରୁ ଉପାର୍ଜିତ ହୋଇଥିବା ଟଙ୍କାକୁ ୟୁନିଟିହୋଲ୍ଡରମାନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ଏସବିଆଇ MF MF ଦ୍ୱାରା ଆଗତ ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିସର୍ (SOP) କୁ ମଞ୍ଜୁରୀ ପ୍ରଦାନ କରିଥିଲେ ।

ଡିଜିଟାଲ୍, ଚେକ୍, ଡିଡି ମାଧ୍ୟମରେ ପ୍ରଦାନ କରାଯିବ ଟଙ୍କା
Franklin Templeton MFର ମୁଖପାତ୍ର କହିଛନ୍ତି ଯେ ୟୁନିଟିହୋଲ୍ଡରମାନଙ୍କୁ ଏପ୍ରିଲ୍ ୩୦ ସୁଦ୍ଧା ୟୁନିଟ୍ ର ନେଟ୍ ସମ୍ପତ୍ତି ମୂଲ୍ୟ (NAV) ଆଧାରରେ ପ୍ରଦାନ କରାଯିବ। SBI ଡିଜିଟାଲ୍ ମଧ୍ୟମରେ MF ନିବେଶକଙ୍କୁ ଦେୟ ପ୍ରଦାନ କରିବ । ଯଦି ୟୁନିଟିହୋଲ୍ଡରମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଇଲେକ୍ଟ୍ରୋନିକ୍ ପେମେଣ୍ଟ ଗ୍ରହଣ କରେ ନାହିଁ, ତେବେ ଏସବିଆଇ MF ଦ୍ୱାରା ସେମାନଙ୍କ ପଞ୍ଜୀକୃତ ଠିକଣାକୁ ଏକ ଚେକ୍ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ପଠାଇବ ।

ଏପ୍ରିଲ ୧ ,୨୦୨୦ ରେ ୬ ଟି ଯୋଜନା ବନ୍ଦ
Franklin India Low Duration Fund
Franklin India Dynamic Accrual Fund
Franklin India Credit Risk Fund
Franklin India Short Term Income Plan
Franklin India Ultra Short Bond Fund
Franklin India Income Opportunities Fund

 

Post End