ଭୁବନେଶ୍ୱର: ଆଜିର ସମୟରେ ମଣିଷ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ହୋଇ ସାରିଛି ଗୁଗୁଲ୍ । ଯଦି କୌଣସି ସୂଚନା ଆବଶ୍ୟକ ହୁଏ, ତେବେ ଲୋକମାନେ ଶୀଘ୍ର ଗୁଗୁଲ୍ ର ସାହାଯ୍ୟ ନେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଗୁଗୁଲରେ ଏପରି କିଛି ଜିନିଷ ଅଛି, ଯାହା ଆପଣଙ୍କୁ ଜେଲ୍ ପଠାଇପାରେ । ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ଇଣ୍ଟରନେଟରେ ସର୍ଚ୍ଚ କରିବା ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ।
ଯଦି ଆପଣ ଗୁଗୁଲରେ ବୋମା ତିଆରି କରିବା ନେଇ ସର୍ଚ୍ଚ କରୁଛନ୍ତି, ତେବେ ଆପଣ ଅସୁବିଧାରେ ପଡି ପାରନ୍ତି । ଏହା କରିବା ଦ୍ୱାରା ଆପଣ ସୁରକ୍ଷା ଏଜେନ୍ସିର ରାଡାରକୁ ଆସିବେ ଏବଂ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।
ପିଲାମାନଙ୍କର ଶୋଷଣ ସହିତ ଜଡିତ ବିଷୟ ବସ୍ତୁ ଯଦି ଗୁଗୁଲରେ ଖଜୁଥାନ୍ତି , ତେବେ ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ । ପୋସ୍କୋ ଆକ୍ଟ ଅନୁଯାୟୀ ଆପଣଙ୍କୁ ପାଞ୍ଚ ରୁ ସାତ ବର୍ଷ ଜେଲ ହୋଇପାରେ।
ଗର୍ଭପାତ କରିବାର ଉପାୟ ଗୁଗୁଲ୍ ରେ ସର୍ଚ୍ଚ କରୁଛନ୍ତି, ତେବେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ । ଭାରତରେ ଗର୍ଭପାତ ଏକ ଆଇନଗତ ଅପରାଧ। ତେଣୁ ଏଭଳି ବିଷୟବସ୍ତୁ ଖୋଜିବା ପୂର୍ବରୁ ଥରେ ସାବଧାନ ହୋଇଯାଆନ୍ତୁ । ଏଭଳି ଭୁଲ ଆପଣଙ୍କୁ ଜେଲ ର ଚାରିକାନ୍ଥରେ ପକେଇପାରେ ।