ଭୁବନେଶ୍ୱର: ଗତ କିଛି ଦିନ ମଧ୍ୟରେ ସରକାର ଏଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଦୋକାନୀମାନଙ୍କ ପାଇଁ ୬୦ ବର୍ଷ ବୟସ ପରେ ପେନସନ ପାଇବା ପାଇଁ ବ୍ୟବସ୍ଥା ରହିଛି। ନିଜସ୍ୱ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଜାତୀୟ ପେନସନ ସ୍କିମ୍ (NPS) ସରକାର ଆଣିଛନ୍ତି । ଏଥିରେ ପଞ୍ଜିକରଣ କରିବାକୁ, ଆପଣଙ୍କ ବ୍ୟବସାୟର ବାର୍ଷିକ କାରବାର ୧.୫ କୋଟି କିମ୍ବା ତା’ଠାରୁ କମ୍ ହେବା ଉଚିତ୍ । ଯେଉଁଥିରେ ବ୍ୟବସାୟୀ ୬୦ ବର୍ଷ ବୟସ ପୂରଣ କରିବା ପରେ ମାସକୁ ସର୍ବନିମ୍ନ ୩୦୦୦ ଟଙ୍କା ପେନସନ୍ ପାଇବେ ।
ଅଧିକ ସୂଚନା ପାଇଁ ଆପଣ Labor.gov.in ଏବଂ maandhan.in କୁ ମଧ୍ୟ ଲଗ୍ଇନ୍ କରିପାରିବେ । ଏହି ଯୋଜନାରେ ପଞ୍ଜୀକୃତ ହୋଇଥିବା ବ୍ୟବସାୟୀଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହେବା ଉଚିତ୍ । NPS ନାମଲେଖା ପାଇଁ, ଆପଣଙ୍କ ପାଖରେ ଆଧାର କାର୍ଡ ଏବଂ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟ, ଜନ ଧନ ଆକାଉଣ୍ଟ ନମ୍ବର ରହିବା ଜରୁରୀ ।
ଏହି ଯୋଜନାରେ ଯୋଗଦେଉଥିବା ଲୋକଙ୍କୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଜନ ଧନ ଆକାଉଣ୍ଟରୁ ଅଟୋ ଡେବିଟ୍ ମାଧ୍ୟମରେ ଅବଦାନ ଦେବାକୁ ପଡିବ ।