ଆତ୍ମଦାହ ଉଦ୍ୟମ କଲେ ଗିରଫ , ପ୍ରୋତ୍ସାହିତ କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଭୁବନେଶ୍ୱର ଡିସିପି ଦେଲେ କଡା ଚେତାବନୀ | ବିଧାନସଭା ସାମ୍ନାରେ ଆତ୍ମଦାହ ଉଦ୍ୟମ କଲେ ବନ୍ଧା ହେବେ |ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର | ଏହା ଆଗରେ କେହି ଆତ୍ମଦାହ ଉଦ୍ୟମ କରିବା କୌଣସି ଅପରାଧଠୁ କମ୍‌ ନୁହେଁ | ତେଣୁ ଯିଏ ଏପରି ଉଦ୍ୟମ କରିବ ବା ପ୍ରୋତ୍ସାହିତ କରିବ ସେମାନଙ୍କୁ ଦଣ୍ଡିତ କରାଯିବ | ଅଭିଯୋଗ ଥିଲେ ଠିକ୍‌ ଜାଗାରେ ଜଣାନ୍ତୁ, ଏଭଳି ପଦକ୍ଷେପ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକଠୋକ ଶୁଣାଇଛନ୍ତି ଡିସିପି ଉମାଶଙ୍କର ଦାସ |

ବିଧାନସଭା ଆଗରେ ଗତ ଦୁଇ ଦିନରେ ୩ ଜଣଙ୍କ ଆତ୍ମାହୁତି ଉଦ୍ୟମ ମୁଣ୍ଡ ବ୍ୟଥାର କାରଣ ହେଇଛି | ସଂପୃକ୍ତ ୩ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପଛରେ କିଛି ଲୋକ ଥିବା ସନ୍ଦେହ କରାଯାଉଛି | ଏଠି ତାଙ୍କୁ କିଏ ଓ କାହିଁକି ଆଣିଲା ଏବଂ ଆଣିଲାପରେ ଫଟୋ ଓ ଭିଡିଓ ସୁଟ୍ ର ଉଦ୍ଦେଶ୍ୟ କଣଥିଲା , ତାହା ତଦନ୍ତ କରାଯିବ | ଏଭଳି କରିବା ପାଇଁ ଯିଏ ଉସକେଇଛି ସେ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ ବୋଲି ଡିସିପି ସୂଚନା ଦେଇଛନ୍ତି |

ଡିସିପି ଏହା ମଧ୍ୟ କହିଛନ୍ତି , ଯେକୌଣସି ଅଭିଯୋଗ ଥିଲେ ଉପଯୁକ୍ତ ଅଧିକାରୀଙ୍କ ନିକଟକୁ ଯାଆନ୍ତୁ | ଏହାବ୍ୟତୀତ ଏଠି ବି ଏକ ଗ୍ରିଭାନ୍ସ ସେଲ୍‌ ଅଛି | ଏଠାରେ ଅଭିଯୋଗ କଲେ ଆବଶ୍ୟକ ବିଭାଗ, ଅଧିକାରୀଙ୍କ ନିକଟକୁ ପଠାଯାଉଛି |

Post End