Odia

ନିର୍ଦ୍ଦେଶକ ସାଜିଦ ଖାନଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ , ଯୁବତୀ କହିଲେ ..୧୭ ବର୍ଷ ବୟସରୁ …

ନୂଆଦିଲ୍ଲୀ: ୨୦୧୮ ରେ ଯେତେବେଳେ ମି-ଠୁ କୁ ନେଇ ବଲିଉଡରେ ଜୋରଦାର ଚର୍ଚ୍ଚା ହେଉଥିଲା । ସେହି ସମୟରେ ନିର୍ଦ୍ଦେଶକ ସାଜିଦ ଖାନ ଜଣେ ସାମ୍ବାଦିକଙ୍କ ସମେତ ଅନେକ ମଡେଲ ଏବଂ ଅଭିନେତ୍ରୀଙ୍କ ଦ୍ୱାରା ଶୋଷଣ କରିଥିବା ଅଭିଯୋଗ ହୋଇଥିଲା ।

View this post on Instagram

Washroom turned studio today ! #Quarantinetalents

A post shared by Dimple paul (@paulaa__official) on

ଫଳାଫଳ ହେଲା ଯେ ତାଙ୍କୁ ସେହି ସମୟରେ ‘ହାଉସଫୁଲ୍ 4’ ରୁ ହଟାଇ ଦିଆଯାଇଥିଲା । ବର୍ତ୍ତମାନ ପାଲା ନାମକ ଜଣେ ମଡେଲ ସାଜିଦଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ଏନେଇ ମଡେଲ ଜଣକ ଇନଷ୍ଟାଗ୍ରାମରେ ଏକ ଲମ୍ବା ଚଉଡା ପୋଷ୍ଟ ମଧ୍ୟ କରିଛନ୍ତି।

ପାଉଲା କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ ତାଙ୍କର କୌଣସି ଗଡଫାଦର ନ ଥିବାରୁ ସେ ମି-ଠୁ ମୁଭମେଣ୍ଟ ସମୟରେ ଚୁପ୍ ରହିଥିଲେ । କାରଣ ସେତେବେଳେ ପରିବାର ପାଇଁ କାମ କରିବାକୁ ପଡୁଥିଲା ।

ଏବେ ତାଙ୍କ ପିତାମାତା ଆଉ ତାଙ୍କ ସହିତ ନାହାଁନ୍ତି, ତେଣୁ ସେ ନିର୍ଦ୍ଦେଶକଙ୍କ ବିରୋଧରେ ଏବେ ମୁହଁ ଖୋଲିଛନ୍ତି । ପାଉଲା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ୧୭ ବର୍ଷ ବୟସରେ ଦୁର୍ବ୍ୟବହାର କରାଯାଇଥିଲା। ସାଜିଦ ଖାନ ତାଙ୍କୁ ଶୋଷଣ କରିଥିଲେ ।

View this post on Instagram

❤️ kesariya ❤️

A post shared by Dimple paul (@paulaa__official) on

ପାଉଲା ଲେଖିଛନ୍ତି ଯେ ‘ସେ ମୋ ସହ ଖରାପ କଥା ହେଉଥିଲେ । ସେ ମୋତେ ଛୁଇଁବାକୁ ଚେଷ୍ଟା କରୁଥିଲେ । ସେ ମୋତେ ତାଙ୍କ ସାମ୍ନାରେ ପୋଷାକ କାଢ଼ିବାକୁ କହିଥିଲେ ଯାହା ଦ୍ୱାରା ସେ ମୋତେ ଆଗାମୀ ଚଳଚ୍ଚିତ୍ର ‘ହାଉସଫୁଲ୍’ରେ ଏକ ଭୂମିକା ଦେଇପାରିବେ। କେବଳ ଭଗବାନ ଜାଣନ୍ତି ସେ କେତେ ଝିଅଙ୍କ ସହ ଏଭଳି କରିଛନ୍ତି ।

‘ମୁଁ କାହାର ଆଦେଶରେ ଏଠାକୁ ଆସି ନାହିଁ। ମୁଁ ଅନୁଭବ କଲି ଏହା ମୋ ଉପରେ କେତେ ଖରାପ ପ୍ରଭାବ ପକାଇଛି । ମୁଁ ସେତେବେଳେ ପିଲା ଥିଲି ହେଲେ ବର୍ତ୍ତମାନ ଯଥେଷ୍ଟ। ସେ ଜେଲରେ ରହିବା ଉଚିତ୍ । କେବଳ କାଷ୍ଟିଂ କାଉଚ୍ ପାଇଁ ନୁହେଁ ବରଂ ଲୋକଙ୍କୁ ପ୍ରତାରିତ କରିବା ପାଇଁ । କିନ୍ତୁ ବର୍ତ୍ତମାନ ମୁଁ ଆଉ ପଛକୁ ହଟିବି ନାହିଁ ବୋଲି କହିଛନ୍ତି ମଡେଲ ପାଉଲା ।

Tags

Related Articles

Back to top button
Close