ଡ୍ରଗ୍ସ ପାର୍ଟିରୁ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଧରାପଡ଼ିବା ପରେ ଉଠିଲା ପ୍ରଶ୍ନ ? କୁଆଡେ ଗଲେ କିଙ୍ଗ ଖାନ ?

ଭୁବନେଶ୍ୱର: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଶନିବାର ମୁମ୍ବାଇରେ ଚାଲିଥିବା ଏକ ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି ଉପରେ ଚଢ଼ାଉ କରି ୮ ଜଣଙ୍କୁ ଗିରଫ କରିଥିଲା। ରବିବାର ପଚରାଉଚରା କରାଯିବା ପରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଆଜି ପୁଣି ଏହି ମାମଲାର ଶୁଣାଣି ହେବ। ଏସବୁ ମଧ୍ୟରେ ଶାହାରୁଖ ଖାନ କେଉଁଠାରେ ଅଛନ୍ତି ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ? ଶାହାରୁଖ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମଧ୍ୟ କରିନାହାଁନ୍ତି। ଏଭଳି ପରିସ୍ଥିତିରେ କିଙ୍ଗ ଖାନଙ୍କ ପ୍ରଶଂସକମାନେ କ୍ରମାଗତ ଭାବରେ ପଚାରୁଛନ୍ତି ଯେ, ଶାହାରୁଖ ଖାନ କେଉଁଠି ଅଛନ୍ତି ?

ଶାହାରୁଖ ଖାନ ଦୀର୍ଘ ଦିନ ଧରି ଦେଶରେ ନାହାଁନ୍ତି। ଗୋଟିଏ ପଟେ ଯେଉଁଠାରେ ସେ ଆଇପିଏଲ ପାଇଁ ବ୍ୟସ୍ତ ଥିବା ବେଳେ , ଅନ୍ୟପଟେ ତାଙ୍କ ଚଳଚ୍ଚିତ୍ର ପଠାନର ସୁଟିଂ ମଧ୍ୟ ଚାଲିଛି । ତାଙ୍କ ଦଳ ‘କୋଲକାତା ନାଇଟ୍ ରାଇଡର୍ସ’କୁ ସମର୍ଥନ କରିବା ପାଇଁ ଶାହାରୁଖ ଖାନ ଗତ କିଛି ଦିନ ଧରି ଦୁବାଇରେ ଥିଲେ। ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ଏହା ପରେ ସେ ତାଙ୍କ ଫିଲ୍ମ ‘ପଠାନ’ର ସୁଟିଂ ପାଇଁ ସ୍ପେନ ଯିବାର ଥିଲା, କିନ୍ତୁ ବର୍ତ୍ତମାନ ତାହା ଘଟିବ ନାହିଁ। ଶାହାରୁଖ ଖାନ ଦୀପିକା ପାଦୁକୋନଙ୍କ ସହ ସୁଟିଂ ବାତିଲ କିରିଥିବା ଜଣାପଡିଛି।