ଘାଗ୍ରା-ଚୋଲି ପିନ୍ଧିଥିଲେ ସାକିବ, ପତ୍ନୀଙ୍କ ନାଇଟୀ ପିନ୍ଧିଥିଲେ କପିଲ

ମୁମ୍ବାଇ: କପିଲ ଶର୍ମା ଶୋ’ ବର୍ତ୍ତମାନ ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି l ଲକଡାଉନ୍ ପରେ କପିଲଙ୍କ ଶୋ’ ଟେଲିକାଷ୍ଟ ଆରମ୍ଭ ହେଇଛି l ବୃଦ୍ଧ ହେଉ କି ପିଲା ସବୁ ବର୍ଗର ଲୋକମାନଙ୍କ ପାଇଁ କେବଳ ମନୋରଞ୍ଜନର ଗ୍ୟାରେଣ୍ଟି ଦେଇନଥାଏ ବରଂ ପ୍ରତ୍ୟେକ ମୁହୂର୍ତ୍ତରେ ସମସ୍ତଙ୍କୁ ହସାଇଥାଏ ଏହି ସୋ’ l

https://www.instagram.com/p/CGcopxDgYxO/

ନିକଟରେ ହୁମା କୁରେଶି ଏବଂ ତାଙ୍କ ଭାଇ ସାକିବ ସଲିମ ଶୋ’କୁ ଆସିଥିଲେ l ଉଭୟ ଭାଇ ଓ ଭଉଣୀ ଶୋ’ରେ ଅନେକ ରହସ୍ୟ ଖୋଲି ପରସ୍ପରର ଗୋଡ ଟଣାଟାଣି ହେଇଥିଲେ l କିନ୍ତୁ କପିଲ ଯେତେବେଳେ ଏକ ରହସ୍ୟଜନକ କଥା ସ୍ୱୀକାର କରିଥିଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଇଥିଲେ l

https://www.instagram.com/p/CGFKiiNgm0r/

ଶୋ’ରେ କପିଲ ସାକିବଙ୍କୁ ଏକ ମଜାଳିଆ ଢଙ୍ଗରେ ପଚାରିଥିଲେ – ସେ କେବେ ହୁମାଙ୍କ ପୋଷାକ ପିନ୍ଧିଛନ୍ତି l ଏହି ପ୍ରଶ୍ନ ଉପରେ ସାକିବ ତୁରନ୍ତ କହିଥିଲେ ଯେ ତାଙ୍କ ପିତାମାତା ପିଲାଦିନେ ଅନେକ ଥର ପିନ୍ଧାଇଥିଲେ l ସେମାନେ ମୋତେ କୁହନ୍ତି, ମୁଁ ଘାଗ୍ରା-ଚୋଲି ପିନ୍ଧି ଅଟୋରେ ଯାଇ ଷ୍ଟୁଡିଓରେ ପହଁଚୁଥିଲି ଆଉ ସେଠି ଫଟୋ ଉଠାଉଥିଲି l ଏପରିକି ସେ ହୁମାଙ୍କ ଫ୍ରକ୍ ମଧ୍ୟ ପିନ୍ଧିଛନ୍ତି l ଏହା ଶୁଣି ସମସ୍ତେ ହସି ଉଠିଥିଲେ l କିନ୍ତୁ ହୁମା କପିଲଙ୍କୁ ସମାନ ପ୍ରଶ୍ନ ପଚାରିବା ପରେ କଥାରେ ମୋଡ଼ ଆସିଥିଲା l

https://www.instagram.com/p/CEGs1dsAF8B/

ହୁମାଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଚ୍ଚନା କହିଛନ୍ତି ଯେ କପିଲ ତାଙ୍କ ସ୍ତ୍ରୀ ଗିନିଙ୍କ ସାଲୱାର ପିନ୍ଧନ୍ତି l ଅର୍ଚ୍ଚନାଙ୍କ ଉତ୍ତରରେ ହସି ହସି କପିଲ କହିଥିଲେ – ” ମୁଁ ସାଲୱାର ପିନ୍ଧିନି କିନ୍ତୁ ଗିନିଙ୍କର ନାଇଟୀ ଅନେକ ଥର ପିନ୍ଧିବାକୁ ଚେଷ୍ଟା କରିଛି l” ଏହା ଶୁଣି ସୋ’ ର ସମସ୍ତେ ହସିବାକୁ ଲାଗିଲେ l

https://www.instagram.com/p/B5AclAkArDa/

ଅନ୍ୟକୁ ଚୂନ ମାରିବା ପାଇଁ ଯିଏ ଗୋଟେ ବି ସୁଯୋଗ ଛାଡେନି, ଆଜି ସେଇ କପିଲ ଅନ୍ୟମାନଙ୍କ ନିକଟରେ ଲୋକ ହସା ହେଲେ l ଶୋ’ରେ କପିଲ ଏହା ମଧ୍ୟ କହିଛନ୍ତି ଯେ,” ଅର୍ଚ୍ଚନା ପାରମିତଙ୍କ ଟି-ସାର୍ଟ ପିନ୍ଧିଥିବାବେଳେ ପରମିତ ମଧ୍ୟ ଅର୍ଚ୍ଚନାଙ୍କ ନାଇଟୀ ପିନ୍ଧନ୍ତି l ”ଶୋ ସମୟରେ, ଏହି ବିଭାଗଟି ଦୀର୍ଘ ସମୟ ଧରି ଚାଲିଥିଲା ​​ଏବଂ ସମସ୍ତେ କେବଳ ହସିବାକୁ ଲାଗିଲେ l

https://www.instagram.com/p/B1Tk4p-grhQ/

ଏହି ସୋ’ରେ ହୁମା ତାଙ୍କ ଅଭିନୟ କ୍ୟାରିୟର ବିଷୟରେ ଗୁମର ଖୋଲିଥିଲେ l ସେ ଅଭିନେତ୍ରୀ ହେବାକୁ ଚାହୁଁଥିଲେ, କିନ୍ତୁ ଏଥିପାଇଁ ସେ ଅନେକ ଥର ପରିବାରକୁ ମିଛ କହିଥଲେ l ହୁମା ଅନେକ ପୂର୍ବରୁ ଅଭିନୟରେ କ୍ୟାରିୟର କରିବା ଉଚିତ୍ ଥିଲା, କିନ୍ତୁ ନିଜକୁ ଲାଜ ମାଡିବା ଆଶଙ୍କାରେ ସେ କାହାକୁ କିଛି କହି ନ ଥିଲେ l