ଥାନାରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ମା ସୁନନ୍ଦା , ଏହି ବ୍ୟକ୍ତିଙ୍କ ବିରୋଧରେ ଆଣିଲେ ଅଭିଯୋଗ

ଭୁବନେଶ୍ୱର: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ମା ସୁନନ୍ଦା ଶେଟ୍ଟୀ ଜୁହୁ ପୋଲିସ ଷ୍ଟେସନରେ ଠକେଇ ହୋଇଥିବା ନେଇ ଏକ ଅଭିଯୋଗ କରିଛନ୍ତି। ଜାଲିଆତି କରି ଜମି ବିକ୍ରୀକରିଥିବା ସୁଧାକର ଘାରେ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ସେ ଏହି ଅଭିଯୋଗ ଆଣିଛନ୍ତି ।

ସୁନନ୍ଦା ପୋଲିସକୁ କହିଛନ୍ତି ଯେ ୨୦୧୯ ରୁ ଫେବୃଆରୀ ୨୦୨୦ ମଧ୍ୟରେ ସୁଧାକରଙ୍କ ଠାରୁ ଏକ ଜମି ଚୁକ୍ତି କରିଥିଲେ। ସେହି ସମୟରେ ଜମିଟି ତାଙ୍କର କହି ସେ ଜାଲିଆତି ଦଲିଲ ସାହାଯ୍ୟରେ ସେହି ଜମିକୁ ସୁନନ୍ଦାଙ୍କୁ ୧ କୋଟି ୬୦ ଲକ୍ଷରେ ବିକ୍ରି କରିଥିଲେ। ସେ ଏ ବିଷୟରେ ଜାଣିବା ପରେ ସୁନନ୍ଦା କୋର୍ଟକୁ ଯାଇଥିଲେ ଏବଂ କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

କହିବାକୁ ଗଲେ ସୁନନ୍ଦାଙ୍କ ଜ୍ୱାଇଁ ରାଜ କୁନ୍ଦ୍ରା ଅଶ୍ଳୀଳତା ମାମଲାରେ ଏବେ ଜେଲରେ ଅଛନ୍ତି। ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ଅଭିନେତ୍ରୀ-ମଡେଲ ଗେହନା ବଶିଷ୍ଠ ଏବଂ ରୋୱା ଖାନଙ୍କ ସମସ୍ୟା ବୃଦ୍ଧି ପାଇଛି। ରାଜ କୁନ୍ଦ୍ରଙ୍କ ସହ ଉଭୟ ଅଶ୍ଳୀଳ ମାମଲାରେ ଅଭିଯୁକ୍ତ ହୋଇଛନ୍ତି। ପୋଲିସର ନିକଟରେ ପୀଡିତାଙ୍କ ବିବୃତ୍ତି ଜାରି କରିଛି, ଯେଉଁଥିରେ ସେମାନେ ଅଶ୍ଳୀଳ ଭିଡିଓ ସୁଟିଂ କରିବାକୁ ବାଧ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ।