ଭୁବନେଶ୍ୱର: ଆପଣ କେବେ ଶୁଣିଛନ୍ତି କି ଫ୍ଲାଇଙ୍ଗ ହୋଟେଲ ବିଷୟରେ । ବର୍ତ୍ତମାନ ଏହା ହୋଇନାହିଁ କିନ୍ତୁ ଭବିଷ୍ୟତରେ ଏହା ସମ୍ଭବ ହୋଇପାରେ । ଏକ ବିଶାଳ ଆଣବିକ ଚାଳିତ ‘ଫ୍ଲାଇଙ୍ଗ ହୋଟେଲ’ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ କେବଳ ଜିମ୍ ନୁହେଁ ସୁଇମିଂ ପୁଲ ପରି ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ରହିବ।
୫୦୦୦ ଯାତ୍ରୀ ଏହି ଏୟାର ଫ୍ଲାଇଙ୍ଗ ହୋଟେଲରେ ରହିପାରିବେ । ସ୍କାଏ କ୍ରୁଜ୍ ଜାହାଜର ୟେମେନ ଇଞ୍ଜିନିୟର Hashem Al-Ghailiଙ୍କ ଦ୍ୱାରା ୟୁଟ୍ୟୁବରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ସ୍ପେସ୍ ଷ୍ଟେସନରେ ଏକ ବିରାଟକାୟ ବିମାନ ଭାସୁଥିବାର ଆପଣ ଦେଖିବାକୁ ପାଇବେ। ଭିତର ଦୃଶ୍ୟ ଏପରି ଯେ ୫ ତାରକା ହୋଟେଲରୁ କିଛି କମ୍ ନୁହେଁ ।
ଏଥିରେ କେବଳ ଏକ ସପିଂ ମଲ୍, ଜିମ୍, ସୁଇମିଂ ପୁଲ୍, ରେଷ୍ଟୁରାଣ୍ଟ, ବାର୍, କ୍ରୀଡା କେନ୍ଦ୍ର, ସିନେମା ହଲ ଛଡା ଏକ ଶିଶୁ ଖେଳ ପଡିଆ ଏବଂ ଥିଏଟର ମଧ୍ୟ ରହିବ । ଏହି ବିମାନର କୋଠରୀରେ ବାଲକୋନି ମଧ୍ୟ ଡିଜାଇନ୍ କରାଯାଇଛି।
Sky Cruise is a concept for a nuclear-powered sky hotel. This video rendering shows the aircraft designed to fly with 20 electric engines, housing over 5,000 guests in nearly nonstop flight [full video, Hashem Al-Ghaili: https://t.co/XN2SFT6PMt] pic.twitter.com/8RrxxtfxYc
— Massimo (@Rainmaker1973) June 26, 2022
ଏହା ଆଣବିକ ଚାଳିତ – ଅର୍ଥାତ୍ ଏହାକୁ ଏକ ଫ୍ୟୁଜନ୍ ରିଆକ୍ଟର ଦ୍ୱାରା ଇନ୍ଧନ ଦିଆଯାଏ, ତେଣୁ ଏହାକୁ ଇନ୍ଧନ ଦେବା ପାଇଁ ଅବତରଣ କରିବାକୁ ପଡିବ ନାହିଁ । ବିମାନଟି ୨୪ ଘଣ୍ଟା ପାଇଁ ନିରନ୍ତର ଉଡ଼ିବ ଏବଂ ସମସ୍ତ ରକ୍ଷଣାବେକ୍ଷଣ-ମରାମତି ମଧ୍ୟ ବାୟୁରେ କରାଯାଇପାରିବ।