ଭୁବନେଶ୍ୱର: ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟରେ ଶାସନ କରୁଥିବା ସିଦ୍ଧାର୍ଥ ଶୁକ୍ଲା ହଠାତ୍ ଦୁନିଆରୁ ବିଦାୟ ନେଇଛନ୍ତି। ସେ ୨ ସେପ୍ଟେମ୍ବରରେ ୪୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟରେ ଲୋକମାନେ ଶେହନାଜ ଗିଲ ଏବଂ ମାତା ରୀତା ଶୁକ୍ଲାଙ୍କ ଅବସ୍ଥା ଦେଖିବା ପରେ ନିଜ କୋହକୁ ଆଉ ସମ୍ଭାଳି ପାରିନଥିଲେ । ତେବେ ସେହନାଜ ଏବଂ ସିଦ୍ଧାର୍ଥ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବାକୁ ଯାଉଥିଲେ, ଯେଉଁଥିପାଇଁ ସେମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲେ।
ବିଗ୍ ବସ୍ ୧୩ ରେ ସେହନାଜ ଏବଂ ସିଦ୍ଧାର୍ଥ ବନ୍ଧୁ ହୋଇଥିଲେ । ବଲିଉଡ ଲାଇଫରେ ପ୍ରକାଶିତ ଖବର ଅନୁଯାୟୀ ଦୁହେଁ ଚଳିତ ବର୍ଷ ଶେଷରେ ବିବାହ କରିବାକୁ ଯାଉଥିଲେ ଏବଂ ସେମାନଙ୍କ ସମ୍ପର୍କକୁ ଏକ ନୂଆ ନାମ ଦେବାକୁ ଯାଉଥିଲେ।
ରିପୋର୍ଟ ଅନୁଯାୟୀ, ଉଭୟଙ୍କ ପରିବାର ମଧ୍ୟ ଏଥିରେ ସହମତ ହୋଇଥିଲେ ଏବଂ ସେମାନେ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ରୁମ ବୁକିଂ, ଭୋଜି ଏବଂ ବିବାହ ଉତ୍ସବ ପାଇଁ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ହୋଟେଲ ସହିତ ପରିବାର ଲୋକେ ଆଲୋଚନା କରିଥିଲେ। ଉଭୟ କଳାକାର, ସେମାନଙ୍କର ସାଙ୍ଗ ଏବଂ ପରିବାର ଏହାକୁ ଏକ ରହସ୍ୟ ଭାବେ ରଖିଥିଲେ ।