ଭୁବନେଶ୍ୱର: ୮ ହଜାର ରୁ କମ୍ ବଜେଟ୍ ରେ ଆପଣ ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ ଚାହାଁନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି ଷ୍ଟାଇଲିସ୍ ସ୍ମାର୍ଟଫୋନ୍ ବିଷୟରେ କହିବାକୁ ଯାଉଛୁ, ଯାହା ବଜାରରେ ବେଶ୍ ଲୋକପ୍ରିୟ ।
JioPhone
JioPhone Next ଏକ ଉତ୍ତମ ବିକଳ୍ପ।ଏଥିରେ ଆପଣ ୫.୪୫ – ଇଞ୍ଚର ଟଚସ୍କ୍ରିନ HD ଡିସପ୍ଲେ ସହିତ ପାଇବେ । ଏହି ଫୋନରେ ୧୩ MP ପଛ କ୍ୟାମେରା ଏବଂ ୮ MP ସେଲଫି କ୍ୟାମେରା ଅଛି।ଏହି ସ୍ମାର୍ଟଫୋନର ମୂଲ୍ୟ ମାତ୍ର ୬,୪୯୯ ଟଙ୍କା।
Realme C20
Realme C20 ଏକ 6.5 -ଇଞ୍ଚର HD + IPS ଡିସପ୍ଲେ ସହିତ ଆସିଥାଏ। ଛରେ ଗୋଟିଏ ୮ MP କ୍ୟାମେରା ଏବଂ ଆଗରେ ୫ MP କ୍ୟାମେରା ଅଛି । Realme C20 2GB RAM ଏବଂ 32GB ଆଭ୍ୟନ୍ତରୀଣ ଷ୍ଟୋରେଜ୍ ସହିତ ଏକକ ମେମୋରୀ ଭାରିଆଣ୍ଟରେ ଆସିଥାଏ, ଯାହାର ମୂଲ୍ୟ ୬,୯୯୯ ଟଙ୍କା ।
Redmi 9A
ରେଡମି 9A ର 6.53-ଇଞ୍ଚ HD + ଡିସପ୍ଲେ ରହିଛି । ଏହା ମିଡିଆଟେକ ହେଲିଓ G25 ଚିପସେଟ ଦ୍ୱାରା ଚାଳିତ, 3GB RAM ଏବଂ 32GB ଷ୍ଟୋରେଜ ସହିତ ଯୋଡି ହୋଇଛି। Xiaomi ରେଡମି 9A 2GB + 32GB ଭାରିଆଣ୍ଟର ମୂଲ୍ୟ ୬,୭୯୯ ଟଙ୍କା ଏବଂ 3GB + 32GB ଭାରିଆଣ୍ଟର ମୂଲ୍ୟ ୭,୪୯୯ ଟଙ୍କା ରହିଛି।