ଭୁବନେଶ୍ୱର: ସୋସିଆଲ ମିଡ଼ିଆ ରାତାରାତି ଲୋକଙ୍କ ଭାଗ୍ୟ କୁ ବଦଳାଇଦେଇଛି । ଯିଏ ଦିନେ ମେଳାରେ ବେଲୁନ୍ ବିକ୍ରି କରୁଥିଲେ ସେ ଆଜି ସେଲିବ୍ରେଟି ।
ଏ କାହାଣୀ ହେଉଛି ରାଜସ୍ଥାନର ଜଣେ ନାବାଳିକା ଝିଅ କିସ୍ବୁ ର । ଯିଏ କି ମେଳାରେ ବେଲୁନ ବିକ୍ରି କରନ୍ତି । ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ପରିବାର ଚଳେ । ହେଲେ କିଏ ଜାଣିଥିଲା କିସବୁଙ୍କ ଭାଗ୍ୟ ଏମିତି ବଦଳିଯିବ ବୋଲି । ଦେଖୁ ଦେଖୁ କିସ୍ବୁ ରାତାରାତି ଷ୍ଟାର ବନିଗଲେ । ଯେତେବେଳେ ପୟାନୁର (Payyannur) ସ୍ଥିତ ଫଟୋଗ୍ରାଫର ଅର୍ଜୁନ କ୍ରିଷ୍ଣନ ( Arjun Krishnan) ମେଳାରେ କିସ୍ବୁଙ୍କୁ ବେଲୁନ୍ ବିକ୍ରି କରୁଥିବାର ଦେଖି ତାଙ୍କର କିଛି ଫଟୋ ଉଠାଇଥିଲେ । କିସ୍ବୁ ମଧ୍ୟ ଉତ୍ସାହର ସହିତ କ୍ୟାମେରାକୁ ଚାହିଁ ରହିଥିଲେ ।
ମେଳାରେ ଉଠାଇଥିବା ଫଟୋକୁ ଅର୍ଜୁନ ସୋସିଆଲ ମିଡିଆରେ ସେୟାର କରିଥିଲେ । ଦେଖୁ ଦେଖୁ କିସ୍ବୁଙ୍କର ସେହି ହସୁଥିବାର ଫଟୋ ଖୁବ ଭାଇରାଲ ହୋଇଥିଲା । କିଛି ସମୟ ପରେ, ଅର୍ଜୁନ କିସ୍ବୁ ଫଟୋ ସୁଟ୍ କରିବାକୁ ଡାକିଥିଲେ । ମେକଅଫ କରିବା ପରେ ଅର୍ଜୁନ କିସ୍ବୁଙ୍କର ଫଟୋ ଶୁଟ୍ କରିଥିଲେ ।
ଏହି ଫଟୋ ସୁଟ ପରେ କିସ୍ବୁଙ୍କୁ ଅନେକ ଅଫର୍ ମିଳିଥିଲା । ଅର୍ଜୁନ ହେଉଛନ୍ତି ଜଣେ ଫ୍ରିଲାନ୍ସ ୱେଡିଂ ଫଟୋଗ୍ରାଫର । ଏହି ଫଟୋସୁଟ ପରେ ତାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା ।