ବାଲେଶ୍ଵର : ମଦ ନିଶାରେ ଚୁର ହୋଇ ବାପାକୁ ପୁଅ | ଅଭିଯୁକ୍ତ ପୁଅର ଗୋଡ଼ ହାତ ବାନ୍ଧି ପୋଲିସକୁ ଖବର ଦେଲେ ଗ୍ରାମବାସୀ | ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ପାଇକପଡା ଗ୍ରାମରେ |
ନିଶା କଣ ନ କରିପାରେ ! ନିଶାସକ୍ତ ମଣିଷ କିଭଳି ଜଘନ୍ୟ କାଣ୍ଡ ଭିଆଇପାରେ ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ | ଜଣେ ପୁଅ କିଭଳି ନିଶାରେ ଥିବା ବେଳେ ନିଜ ବାପାଙ୍କୁ ଜୀବନରେ ମାରିବାକୁ ପଛାଉନି, ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଔପଦା ଅଂଚଳରେ | ଗତ କାଲି ରାତିରେ ଫତେପୁର ପଞ୍ଚାୟତ ଅନ୍ତର୍ଗତ ପାଇକପଡା ଗ୍ରାମର ୩୮ ବର୍ଷୀୟ ଶ୍ରୀକାନ୍ତ ନାୟକ ତାଙ୍କ ବାପା ଅନାମ ନାୟକଙ୍କୁ କଟୁରିରେ ଅତି ବିଭତ୍ସ ଭାବେ ହାଣି ହତ୍ୟା କରିଛି | ଆଜି ସକାଳେ ଗ୍ରାମବାସୀମାନେ ଦେଖି ଅଭିଯୁକ୍ତ ଶ୍ରୀକାନ୍ତର ଗୋଡ଼ ହାତ ବାନ୍ଧି ପୋଲିସକୁ ଖବର ଦେଇଥିବାର ସୂଚନା ମିଳିଛି |