ଭୁବନେଶ୍ୱର: ଦେଶରେ କରୋନାର ବିପଦ ଏତେ ବଢିଯାଇଛି ଯେ ଦିନକୁ ଦିନ ଚକିତ ଖବର ସାମ୍ନାକୁ ଆସୁଛି | ଲୋକମାନେ ନିଜ ପ୍ରିୟଜନଙ୍କ ଶବକୁ ଦାହ କରିବାକୁ ସ୍ଥାନ ମଧ୍ୟ ପାଇପାରୁନାହାନ୍ତି । ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେବା ପରେ ଶେଷରେ ମୃତଦେହକୁ ଜଳାଯାଉଛି। କେବଳ ଏତିକି ନୁହେଁ, ଏହି ମହାମାରୀ ମଧ୍ୟରେ ମୃତ ଶରୀରକୁ ସ୍ମଶାନ ନେବା ପାଇଁ ମଧ୍ୟ କୌଣସି ମାଧ୍ୟମ ନାହିଁ। ୟୁପିର ଆଗ୍ରାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ଲୋକେ ଭାବୁକ ହୋଇପଡିଥିଲେ ।
ଏ ଘଟଣା ହେଉଛି ଜୟପୁର ହାଉସର । ଆଗ୍ରାରେ ଆମ୍ବୁଲାନ୍ସ ଅଭାବରୁ ପୁଅ ମୋହିତ ବାପାଙ୍କ ମୃତଦେହକୁ ସ୍ମଶାନକୁ କେମିତି ନେବେ ସେନେଇ କିଛି ବୁଝିପାରୁନଥିଲେ। ଅନେକ ଚେଷ୍ଟା ଏବଂ ଅପେକ୍ଷା ପରେ ମଧ୍ୟ ଯେତେବେଳେ ଆମ୍ବୁଲାନ୍ସ ଆସିନଥିଲା , ଶେଷରେ ପୁଅ ମୋହିତ ଉପାୟଶୂନ୍ୟ ହୋଇ ତାଙ୍କ ପିତାଙ୍କ ମୃତଦେହକୁ ନିଜ କାର ଛାତରେ ବାନ୍ଧିବାକୁ ପଡିଥିଲା , ଯାହାଫଳରେ ତାଙ୍କୁ ମୋକ୍ଷଧାମକୁ ନିଆଯାଇ ପୋଡି ଦିଆଯାଇଥିଲା। ଏଭଳି ଦୃଶ୍ୟ ଦେଖିବା ପରେ ସ୍ମଶାନରେ ଉପସ୍ଥିତ ଥିବା ଲୋକେ ଭାବୁକ ହୋଇପଡିଥିଲେ। ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବ ପରେ, ଶେଷରେ ବାପାଙ୍କ ମୃତଦେହକୁ କାରରୁ ଓହ୍ଲାଇ ଶବ ସତ୍କାର କରିଥିଲେ ପୁଅ ମୋହିତ ।