ସାଇକେଲରେ ବ୍ରେଡ ଆଉ ଅଣ୍ଡା ବିକ୍ରି କରୁଥିବାର ନଜର ଆସିଲେ ସୋନୁ ସୁଦ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ଲଗାତାର ଭାବେ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ରିଲରୁ ରିୟଲ ହିରୋ ପାଲଟିଥିବା ସୋନୁ ସୁଦ ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଭିଡିଓ ମଧ୍ୟ ସେୟାର କରନ୍ତି । ଏହା ମାଧ୍ୟମରେ ସେ ଦେଶବାସୀଙ୍କୁ କିଛି ଭଲ ବାର୍ତ୍ତା ମଧ୍ୟ ଦିଅନ୍ତି । ବର୍ତ୍ତମାନ ସୋନୁ ସୁଦ ନିଜର ଏକ ସୁପରମାର୍କେଟ ଖୋଲିଛନ୍ତି।

ସୋନୁ ସୁଦ ଏକ ଭିଡିଓରେ ଅଣ୍ଡା ଏବଂ ରୁଟି ବିକ୍ରି କରୁଥିବାର ଦେଖିବାକୁ ମିଳୁଛି । ସୋନୁ ସୁଦ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସୋନୁ ସୁଦ କହିଛନ୍ତି ଯେ ସେ ଏକ ନୂଆ ସୁପରମାର୍କେଟ ଖୋଲିଛନ୍ତି।

 

View this post on Instagram

 

A post shared by Sonu Sood (@sonu_sood)

ଭିଡିଓଟିରେ ସୋନୁ କହୁଛନ୍ତି ଯେ , ମୋ ପାଖରେ ସବୁକିଛି ଅଛି..ଏ ଦେଖନ୍ତୁ ଅଣ୍ଡା , ଯାହାର ମୂଲ୍ୟ ୬ ଟଙ୍କା । ରୁଟି ମଧ୍ୟ ଅଛି, ବଡ ରୁଟି ୪୦ ଟଙ୍କା ଏବଂ ଛୋଟ ରୁଟି ୨୨ ଟଙ୍କା । ଯିଏ ଚାହୁଁଛି, ଶୀଘ୍ର ଅର୍ଡର କରନ୍ତୁ । ସୋନୁ ସୁଦଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରି ସୋନୁ ଲେଖିଛନ୍ତି – ‘ଫ୍ରି ହୋମ ଡେଲିଭରି, ୧୦ ଟି ଅଣ୍ଡା କିଣିଲେ ଗୋଟିଏ ରୁଟି ମାଗଣା ପାଇବେ ।