ଉତ୍ତରାଖଣ୍ଡ ଦୁଃଖଦ ଘଟଣା : ସୋନୁ ନେଲେ ଏକ ବଡ ନିଷ୍ପତ୍ତି

ଉତ୍ତରାଖଣ୍ଡ : ଚାରି ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ ସୋନୁ ସୁଦ | ପାଠପଢା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦାୟିତ୍ ନେବେ |
ସମସ୍ୟା ଯେତେ ବଡ ହୋଇପାରେ, ସଙ୍କଟ ଯେତେ ଗଭୀର ହେଉନା କାହିଁକି, ଅଭିନେତା ସୋନୁ ସୁଦ ଲୋକଙ୍କ ଆଶା ହରାଇବାକୁ ଦିଅନ୍ତି ନାହିଁ | କରୋନା ସମୟରେ ତାଙ୍କ ଅକୁଣ୍ଠ ସାହାଯ୍ୟ ଆଜି ବି ଲୋକେ ମନେ ରଖିଛନ୍ତି | ଖାଲି ସେତିକି ନୁହେଁ ଏବେ ସେ ଚାମୋଲି ଦୁର୍ଘଟଣାରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି | ଗୋଟିଏ ପରିବାରର ଚାରି ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି |

ଉତ୍ତରାଖଣ୍ଡ ଚାମେଲି ଦୁର୍ଘଟଣାରେ ତେହେରୀ ଜିଲ୍ଲାର ଆଲାମ ସିଂ ପାଣ୍ଡିରଙ୍କର ମୃତ୍ୟୁ ଘଟିଛି | ଯେତେବେଳେ ଏହି ଦୁଃଖଦ ଘଟଣା ଘଟିଲା ସେତେବେଳେ ଆଲାମ ଏକ ଟନେଲରେ କାମ କରୁଥିଲେ | ଆଲାମ ଇଲେକ୍ଟ୍ରିକାଲ୍ ବିଭାଗରେ କାମ କରନ୍ତି | ଆଲାମଙ୍କ ମୃତ୍ୟୁ ପରେ , ତାଙ୍କ ପରିବାରର ସମସ୍ତ ସଦସ୍ୟ ଦୁଃଖ ଏବଂ ଅସହାୟରେ କାଳାତିପାତ କରୁଛନ୍ତି | ପିତାଙ୍କ ବିୟୋଗରେ ଗୁରୁତର ଭାବରେ ଭାଙ୍ଗି ପଡିଛନ୍ତି ପରିବାରବର୍ଗ | ଏଭଳି ସ୍ଥିତିରେ ସୋନୁ ସୁଦ ଏହି ଅସହାୟ ଝିଅମାନଙ୍କୁ ଏକ ନୂଆ ଭବିଷ୍ୟତ ଦେବାକୁ ସ୍ଥିର କରିଛନ୍ତି | ଅଭିନେତା ଜଣଙ୍କ କହିଛନ୍ତି ଯେ, ”ସୋନୁ ଏହି ପରିବାରର ଚାରି ଝିଅମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁଛନ୍ତି | ସେମାନଙ୍କର ଶିକ୍ଷା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ |”

ସୂଚନା ଦେବାକୁ ଚାହିଁବୁ କି, ସୋନୁ ସୁଦଙ୍କ ଏ ସାହାଯ୍ୟ ପ୍ରଥମ ଘଟଣା ନୁହଁ | ଗତ ବର୍ଷ ଯେତେବେଳେ ବିହାର ଏବଂ ଆସାମରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା, ସେତେବେଳେ ସୋନୁ ସୁଦଙ୍କ ଦ୍ୱାରା ଅନେକ ସାହାଯ୍ୟ ଯୋଗାଇ ଦିଆଯାଇଥିଲା | କାହାକୁ ପଢିବା ପାଇଁ ବହି, ଖାତା ଦିଆଯାଇଥିଲା ଆଉ କାହାକୁ ରହିବ ପାଇଁ ଏକ ନୂତନ ଗୃହ ନିର୍ମାଣ କରାଯାଇଥିଲା | କେବଳ ଏତିକି ନୁହେଁ ପ୍ରଭାବିତ ରାଜ୍ୟରେ ଚାକିରି ଦେବା ପାଇଁ ଅଭିନେତା ଏକ ନିଆରା ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ | ଏବେ ଗୋଟିଏ ପରିବାରର ଚାରି ଝିଅମାନଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ନିଷ୍ପତ୍ତିକୁ , ସବୁ ମହଲରେ ପ୍ରଶଂସା କରାଯାଇଛି |