ଭୁବନେଶ୍ୱର: ବେଳେବେଳେ ଆପଣ ନମ୍ବରରୁ ଅନେକ କଲ୍ ଆସିଥାଏ ,ଯାହାକୁ ଆପଣ ଜାଣିନଥାନ୍ତି । ପ୍ରାୟତଃ ଲୋକମାନେ ସେହି ସବୁ କଲ୍ କୁ ଗ୍ରହଣ କରନ୍ତି ନାହିଁ, କିନ୍ତୁ ଅଷ୍ଟ୍ରେଲିଆରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି ।
ୟୁପିଆଇ ନ୍ୟୁଜ୍ ଅନୁଯାୟୀ ଜଣେ ଅଷ୍ଟ୍ରେଲୀୟ ମହିଳା ସ୍କାମ ସନ୍ଦେହରେ ଏକ ଅଜ୍ଞାତ କଲ୍ ର ଉତ୍ତର ଦେଉନଥିଲେ , ହେଲେ ଯେତେବେଳେ ସେ ଫୋନ୍ ଉଠାଇଲେ, ସେତେବେଳେ ସେ ଜାଣିବାକୁ ପାଇଲେ ଯେ ସେ ପ୍ରାୟ ୧.୫ ମିଲିୟନ୍ ଡଲାର୍ ଲଟେରୀ ଜ୍ୟାକପଟ୍ ଜିତିଛନ୍ତି।
ମହିଳା ଜଣକ କହିଛନ୍ତି ଯେ ସେ ଏହି ନମ୍ବରକୁ ଚିହ୍ନି ନ ଥିବାରୁ ସେ କଲ୍ ଦେଉନଥିଲେ। ମହିଳା ଜଣକ କହିଛନ୍ତି, ‘ମୁଁ ଜାଣିନଥିବା ନମ୍ବରର କୌଣସି ଉତ୍ତର ଦିଏ ନାହିଁ, କାରଣ ମୁଁ ସର୍ବଦା ଭାବେ ଯେ ସେଗୁଡିକ ନକଲି କଲ୍ । କିନ୍ତୁ ଗୋଟିଏ ନମ୍ବରରୁ ବାରମ୍ବାର କଲ ଆସିବାରୁ ମୁଁ ବାଧ୍ୟ ହୋଇ ଫୋନ୍ ଉଠାଇ ଉତ୍ତର ଦେଇଥିଲି। ହେଲେ ମୁଁ ଜାଣିନଥିଲେ ଯେ ,ଏହି କଲ ମୋ ଜୀବନକୁ ଏମିତି ବଦଳେଇ ଦେବ ବୋଲି ।
ମହିଳାଙ୍କୁ ଫୋନରେ କୁହାଯାଇଥିଲା ଯେ ସେ ଜୁଲାଇ ୩୧ ରେ ଟାଟାଲୋଟୋ ଚିତ୍ରାଙ୍କନରେ ୧.୪୭ ମିଲିୟନ ଡଲାରର ଜ୍ୟାକପଟ ଜିତିଥିଲେ। ସେ Festival Westbury Lotto Outlet ରୁ ଏହି ଟିକେଟ କିଣିଥିଲେ।