ଭୁବନେଶ୍ୱର: ଆଜି ବି ଦୁନିଆରେ ଏପରି ଅନେକ ସ୍ଥାନ ରହିଛି, ଯେଉଁଠାରେ ରହସ୍ୟମୟ ଜିନିଷ ରହିଛି । ଯାହାକୁ ଦେଖିବା ଓ ଶୁଣିବା ପରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକ ପର୍ଯ୍ୟନ୍ତ, ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାନ୍ତି। ଆଜି ଆମେ ଆପଣଙ୍କୁ ଚାଇନାର ରହସ୍ୟ ବିଷୟରେ କହିବୁ ଯେଉଁଠାରେ ଏକ ପଥର ଚଟାଣ ଅଛି ଯାହାକି ଅଣ୍ଡା ଦେଇଥାଏ । ଚାଇନାରେ ଏକ ପଥର ଆବିଷ୍କୃତ ହୋଇଛି ଯାହା ପ୍ରତି ତିରିଶ ବର୍ଷରେ ଅଣ୍ଡା ଦେଇଥାଏ।
ଆପଣମାନେ ପ୍ରାୟତଃ କୁକୁଡ଼ା,କଇଁଛ,ବତକ ମାନେ ଅଣ୍ଡା ଦେଉଥିବାର ଦେଖିଥିବେ ଏବଂ ଶୁଣିଥିବେ ମଧ୍ୟ । କିନ୍ତୁ ‘ଦ ମେଟ୍ରୋ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଚାଇନାର ଗୁଲୁ ଗାଁ (Gulu Village) ନିକଟରେ ଥିବା ଏକ ଗୁମ୍ଫାରେ ପଥର ଚଟାଣ ଅଣ୍ଡା ଦେଉଛି। ଏହି ପଥରଟି ଅଣ୍ଡାକୁ ତିରିଶ ବର୍ଷ ଧରି ରଖିଥାଏ । ତିରିଶ ବର୍ଷ ପରେ, ଏହି ଅଣ୍ଡାଗୁଡ଼ିକ ପଥର ଠାରୁ ଅଲଗା ହୋଇଯାନ୍ତି। ଏହି ପଥରର ଉଚ୍ଚତା ୧୯ ଫୁଟ ଏବଂ ଲମ୍ବ ୬୫ ଫୁଟ ।
ସେଠାକାର ଲୋକେ କୁହନ୍ତି ଯେ ସେମାନେ ଏହା ବିଷୟରେ ସେମାନଙ୍କ ପୁର୍ବପୁରଷମାନଙ୍କଠାରୁ ଶୁଣିଥିଲେ। ଅଣ୍ଡା ଦେଉଥିବା ପଥରଟି କଳା ରଙ୍ଗର ଅଟେ । ଯାହାର ଅଣ୍ଡା ବାହାରୁ ଚିକ୍କଣ । ସେମାନେ ଧୀରେ ଧୀରେ ନିଜେ ପଥର ପୃଷ୍ଠରୁ ବାହାରକୁ ଚାଲିଆସନ୍ତି ଏବଂ ତିରିଶ ବର୍ଷ ପରେ ଆପେ ଆପେ ପଥର ଚଟାଣ ଠାରୁ ଅଲଗା ହୋଇଯାନ୍ତି । ଚାଇନାର ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ଅଣ୍ଡାଟି ଭାଗ୍ୟର ପ୍ରତୀକ, ତେଣୁ ଲୋକମାନେ ଏହାକୁ ପାଇବା ପାଇଁ ପ୍ରତିବର୍ଷ ଏଠାକୁ ଧାଇଁ ଆସନ୍ତି।