ରିକ୍ସା ପଛରେ କୁକୁର ଧାଇଁଲା ୫ କିଲୋମିଟର, ଭାଇରଲ ଭିଡିଓ କରିପାରେ ଆପଣଙ୍କୁ ଭାବପ୍ରବଣ 

ଭୁବନେଶ୍ୱର: କୁହାଯାଏ କୁକୁର ସବୁଠାରୁ ବିଶ୍ୱସ୍ତ ପ୍ରାଣୀ । ଏହି କାରଣରୁ ଅନେକ ଲୋକ ନିଜ ଘରେ କୁକୁର ପାଳିଥାନ୍ତି। ଏଭଳି ଏକ ବୁଲା କୁକୁରର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଟ୍ୱିଟରରେ ସେୟାର ହୋଇଥିବା ଏହି ଭିଡିଓରେ ଗୋଟିଏ କୁକୁର ରିକ୍ସା ପଛରେ ଗୋଡ଼ାଉଥିବାର ଦେଖିବାକୁ ପାଇବେ।

କୁହାଯାଉଛି ଯେ ଏହି ଘଟଣାଟି ଦିଲ୍ଲୀର ଆଗ୍ରାରୁ ଆସିଛି। ଏହି ଭିଡିଓର କ୍ୟାପସନରେ ଲେଖାଯାଇଛି ଯେ ଆଗ୍ରା ରେ ରହୁଥିବା ଜଣେ ଭଡାଟିଆ ସେମାନଙ୍କ ଘର ସ୍ଥାନାନ୍ତର କରିବାକୁ ଯାଉଛନ୍ତି। ପୁରା ପରିବାର ନିଜର ବିଶ୍ୱସ୍ତ ଆଉ ପ୍ରିୟ ବନ୍ଧୁଙ୍କୁ ଭୁଲି ଏକ ଇ-ରିକ୍ସାରେ ବସିବା ପରେ ତାଙ୍କ ନୂଆ ଘରକୁ ଯାଇଥିଲେ।

ଏଭଳି ପରିସ୍ଥିତିରେ ବୁଲାକୁକୁର ସେମାନଙ୍କଠାରୁ ଅଲଗା ରହିବାକୁ ପ୍ରସ୍ତୁତ ନଥିଲା । ତେଣୁ ସେମାନଙ୍କୁ ଅଟକାଇବା ପାଇଁ ସେ ୫ କିଲୋମିଟର ପର୍ଯ୍ୟନ୍ତ ରିକ୍ସା ପଛରେ ଦୌଡିବାକୁ ଲାଗିଲା । ବିଶ୍ୱାସ କରାଯାଏ ଯେ ଏହି ପରିବାର ଏହି କୁକୁରକୁ ଖାଇବାକୁ ଦେଉଥିଲେ, ଯେଉଁଥିପାଇଁ କୁକୁରଟି ସେମାନଙ୍କ ଭଲପାଇବାକୁ ଭୁଲିପାରିନଥିଲା । ଫଳରେ ସେମାନେ ଘର ଛାଡି ଅନ୍ୟତ୍ର ଯାଉଥିବା ବେଳେ କୁକୁର ମଧ୍ୟ ସେମାନଙ୍କ ପଛରେ ଧାଇଁବାକୁ ଲାଗିଥିଲା । ଏହି ଭିଡିଓକୁ ଦେଖିବା ପରେ ଅନେକ ଉପଭୋକ୍ତା ଭାବପ୍ରବଣ ହୋଇଯାଇଥିଲେ ।