ବଜାରକୁ ଆସିଲା ସୁର ରାଉତଙ୍କ ଗୀତ, ରଙ୍ଗବତୀ ର ତାଲେ ତାଲେ ନାଚିଲେ ଗାଇଲେ ବିଧାୟକ ।

ଭୁବନେଶ୍ୱର: ଆଜି ଜଟଣୀ ବିଧାୟକ ସୁର ରାଉତରାୟ ଙ୍କର ଗୀତ ରଙ୍ଗବତୀର ତାଲେ ତାଲେ କଟକରେ ରିଲିଜ ହୋଇଛି । ଏହି ସଂଗୀତରେ ସ୍ୱର ଦେବା ସଙ୍ଗେ ସଙ୍ଗେ ବିଧାୟକ ମଧ୍ୟ ମଜାଳିଆ ଅଭିନୟ କରିଥିବା ଦେଖିବାକୁ ମିଳିଛି ।

ଏହି ଗୀତଟି ସମସ୍ତଙ୍କ ଓଡ଼ିଆଙ୍କ ମନକୁ ଛୁଇଁବ ବୋଲି ଆଶା କରିଛନ୍ତି ସୁର ଭାଇ । ସୂଚନା ଅନୁଯାୟୀ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତ ଏକ ‘ଓଡିଆ ଗୀତ’ ରଙ୍ଗବତୀକୁ ସ୍ୱର ଦେଇଥିଲେ ।

ଖବର ଅନୁଯାୟୀ, ଏହି ଗୀତଟି କଟକସ୍ଥିତ ଏକ ଷ୍ଟୁଡିଓରେ ରେକର୍ଡ କରାଯାଇଥିଲା ଯେଉଁଥିରେ ବିଧାୟକ ଜଣେ ଗାୟକ ଭାବରେ ଡେବ୍ୟୁ କରିଥିଲେ।

ସଙ୍ଗୀତ ନିର୍ଦ୍ଦେଶକ ଜାପାନି ଭୋଇଙ୍କ ଦ୍ୱାରା ରଚିତ ଏହି ଗୀତଟି ସେ ଗାଇଥିଲେ। ଅରମାନ ମ୍ୟୁଜିକ୍ ଦ୍ୱାରା ନିର୍ମିତ ଏହି ଗୀତଟିକୁ ଗୀତିକାର ତାପୁ ନାୟକ ଲେଖିଛନ୍ତି।

ମ୍ୟୁଜିକ୍ ଭିଡିଓ ନିର୍ମାତାମାନେ ଆଶା ରଖିଛନ୍ତି ଯେ ଜନସାଧାରଣ ସୁର ରାଉତଙ୍କ ମଜାଳିଆ ଅଭିନୟ ଦେଖିପାରିବେ ।