ରାଜ୍ୟପାଇଁ ଗୌରବ ଆଣିଲେ ସ୍ୱସ୍ତି ସିଂ

ଭୁବନେଶ୍ୱର : ସ୍ଵର୍ଣ ପଦକ ଜିତି ରାଜ୍ୟପାଇଁ ଗୌରବ ଆଣିଲେ ସ୍ୱସ୍ତି ସିଂ | ୨୫ତମ ନ୍ୟାସନାଲ ରୋଡ଼ ସାଇକ୍ଲିଂଗ ଚାମ୍ପିୟନଶିପ୍‌ରେ ଭାଗ ନେଇଥିଲେ ସ୍ୱସ୍ତି |

ସୂଚନା ମୁତାବିକ, ଚଳିତ ସିଜନରେ ମହାମାରୀ ପରଠାରୁ ଏପର୍ଯ୍ୟନ୍ତ, ଓଡିଶା କୌଣସି ସିନିୟର ନ୍ୟାସନାଲ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ହାତେଇନଥିବାବେଳେ ଏହା ହେଉଛି ପ୍ରଥମସ୍ୱର୍ଣ୍ଣ ପୁରସ୍କାର | ୨୫ତମ ସିନିୟର, ଜୁନିଅର ଏବଂ ସବ୍-ଜୁନିଅର ନ୍ୟାସନାଲ ରୋଡ଼ ସାଇକ୍ଲିଂଗ ଚାମ୍ପିୟନଶିପ୍‌ ୫ ରୁ ୮ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାଭି ମୁମ୍ବାଇ ଠାରେ ଅନୁଷ୍ଠିତ ହୋଇଥିଲା |

୨୦୧୫ ରେ ସ୍ୱସ୍ତି ସପ୍ତମ ଶ୍ରେଣୀରେ ପଢୁଥିବାବେଳେ ପ୍ରଥମେ ସାଇକେଲ ଚଲାଇବା ଆରମ୍ଭ କରିଥିଲେ | ସେ ରାଜ୍ୟ ତରଫରୁ ପ୍ରଥମେ ଖେଳି ଚାରିଟି ସ୍ୱର୍ଣ୍ଣ ପଦକ ଜିତିଥିଲେ | ୨୦୧୮ରେ ୨୩ତମ ନ୍ୟାସନାଲ ରୋଡ଼ ସାଇକ୍ଲିଂଗ ଚାମ୍ପିୟନଶିପ୍‌ରେ ଭାଗନେଇ ୧୫ କିଲୋମିଟର ରାସ୍ତା ଅତିକ୍ରମକରି ପ୍ରଥମ ଜାତୀୟ ପଦକ ହାସଲ କରିଥିଲେ |

୨୦୧୮ମସିହା, ଯେତେବେଳେ ସ୍ୱସ୍ତି କୁ ବୟସ ୧୭ ବର୍ଷ ସେତେବେଳେ ପଞ୍ଚମ ଏସିଆନ କପ୍ ଟ୍ରାକ୍ ସାଇକ୍ଲିଂରେ ଭାଗନେଇ ସେ ଜିତିଥିଲେ ପ୍ରଥମ ଆନ୍ତର୍ଜାତିକ ସ୍ଵର୍ଣ ପଦକ | ୨୦୧୯ ରେ, ସେ ଟ୍ରାକ୍ ଏସିଆ କପ୍ ସାଇକ୍ଲିଂ ଚାମ୍ପିଅନସିପ୍ ରେ ବ୍ରୋଞ୍ଜ ପଦକ ଜିତିବା ପାଇଁ ନିଜର ପୂର୍ବ ରେକର୍ଡକୁ ପରାସ୍ତ କରି ଏକ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ | ସେ ୧୩ ତମ ଦକ୍ଷିଣ ଏସୀୟ ଗେମ୍ସରେ ରୌପ୍ୟ ପଦକ ଜିତିଥିଲେ | ତୃତୀୟ ଖେଲୋ ଇଣ୍ଡିଆ ଯୁବ ଗେମ୍ସରେ ସ୍ୱାତୀ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି |

ଓଡ଼ିଶାର ମହିଳାମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ରାଜ୍ୟ ପାଇଁ ଆଣିଦେଇଛନ୍ତି ଗୌରବ |

Post End