ଭୁବନେଶ୍ୱର: ଭାରତୀୟ ବଜାରରେ ଟାଟା ମୋଟର୍ସ ଟିଆଗୋ ଏବଂ ଟିଗୋର ର ସିଏନଜି କାର ଲଞ୍ଚ କରିଛି। ଟିଆଗୋ ର (ଏକ୍ସ-ସୋରୁମ୍) ମୂଲ୍ୟ ୬.୧୦ ଲକ୍ଷରୁ ଆରମ୍ଭ ହୋଇଥିବାବେଳେ ଟିଗୋରର ମୂଲ୍ୟ ୭.୭୦ ଲକ୍ଷ ରୁ ଆରମ୍ଭ ହେଉଛି । ଟିଆଗୋ iCNG ର ୪ ଟି ପ୍ରକାର ଥିବାବେଳେ ଟିଗୋର iCNG ର ଦୁଇଟି ପ୍ରକାର ଉପଲବ୍ଧ ।
ଟିଆଗୋ ର CNG ମୂଲ୍ୟ
ଭାରିଏଣ୍ଟସ୍ ମୂଲ୍ୟ (ଏକ୍ସ-ଶୋ’ରୁମ୍)
ଟିଆଗୋ XE ୬.୧୦ ଲକ୍ଷ ଟଙ୍କା ।
ଟିଆଗୋ XM ୬.୪୦ ଲକ୍ଷ ଟଙ୍କା ।
ଟିଆଗୋ XT ୬.୭୦ ଲକ୍ଷ ଟଙ୍କା ।
ଟିଆଗୋ XZ + ୭.୫୩ ଲକ୍ଷ ଟଙ୍କା ।
ଟିଗୋର ର CNG ମୂଲ୍ୟ
ଭାରିଏଣ୍ଟସ୍ ମୂଲ୍ୟ (ଏକ୍ସ-ଶୋ’ରୁମ୍)
ଟିଗୋର XZ ୭.୭୦ ଲକ୍ଷ ଟଙ୍କା ।
ଟିଗୋର XZ + ୮.୩୦ ଲକ୍ଷ ଟଙ୍କା ।
ଟାଟା ମୋଟର୍ସ CNG କାରରେ ଗ୍ୟାସ୍ ଲିକ୍ ଚିହ୍ନଟ କରିବା ପାଇଁ ଏକ ଅତିରିକ୍ତ ସୁରକ୍ଷା ଫିଚର୍ସ ଯୋଡିଛି । ଯଦି କାରରେ CNG ର ଲିକ୍ ହୁଏ, ତେବେ ସ୍ୱୟଂଚାଳିତ ଭାବରେ ଗାଡିକୁ CNG ରୁ ପେଟ୍ରୋଲ ମୋଡକୁ ସ୍ଥାନାନ୍ତର କରିଥାଏ । ଏହି ଟେକ୍ନୋଲୋଜି ଡ୍ରାଇଭରକୁ ଗ୍ୟାସ୍ ଲିକ୍ ବିଷୟରେ ମଧ୍ୟ ସଚେତନ କରେ। ଗାଡିର ତୁରନ୍ତ ବନ୍ଦ ପାଇଁ ଏକ ମାଇକ୍ରୋ ସୁଇଚ୍ ମଧ୍ୟ ପ୍ରଦାନ କରାଯାଇଛି।
ଭାରତୀୟ ବଜାରରେ ମାରୁତି ସୁଜୁକି ଏବଂ ହୁଣ୍ଡାଇ ମୋଟର୍ସର CNG କାର ର ଦବଦବା ରହିଛି। ଏବେ ଟାଟାର ସିଏନଜି କାର ସେମାନଙ୍କୁ କଡା ଟକ୍କର ଦେବ।