ଭୁବନେଶ୍ୱର: କରୋନା ସମୟରେ ଆମ ଜୀବନରେ ଇଣ୍ଟରନେଟ୍, ସୋସିଆଲ୍ ମିଡିଆ ଏବଂ ଅନଲାଇନ୍ ସେବାଗୁଡ଼ିକର ଚାହିଦା ବହୁତ ବୃଦ୍ଧି ପାଇଥିଲା। ଏହି କାରଣରୁ, ଅନେକ ସୁବିଧା ପାଇଥିବା ବେଳେ ଅନେକ ଥର କର୍ମଚାରୀଙ୍କୁ ସେମାନଙ୍କ ଅଜାଣତରେ ଯନ୍ତ୍ରଣା ମଧ୍ୟ ଭୋଗିବାକୁ ପଡିଛି। ଚାଇନାର ଜଣେ ମହିଳା ଶିକ୍ଷକଙ୍କ ସହ ଏଭଳି କିଛି ଘଟଣା ଘଟିଥିଲା ଯେଉଁଥିପାଇଁ ତାଙ୍କର ଚାକିରୀ ଚାଲିଯାଇଥିଲା।
କରୋନା ମହାମାରୀ ସମୟରେ ସାରା ବିଶ୍ୱରେ ଅନଲାଇନ୍ ଶିକ୍ଷାଦାନର ଧାରା ବହୁତ ବୃଦ୍ଧି ପିଇଥିଲା। ଏହା ଉଭୟ ଶିକ୍ଷକ ଏବଂ ଛାତ୍ରଙ୍କ ପାଇଁ ସୁବିଧାଜନକ ମାଧ୍ୟମ ବୋଲି ସାବ୍ୟସ୍ତ ହୋଇଥିଲା । ତେବେ ଅନଲାଇନ୍ କ୍ଲାସ୍ ସମୟରେ ଏମିତି କଣ ଘଟିଲା ଯେଉଁଥିପାଇଁ ଜଣେ ମହିଳା ଶିକ୍ଷକଙ୍କ ଚାକିରି ଚାଲିଗଲା।
ଏହି ଘଟଣାଟି ହେଉଛି ଚାଇନାର ଗୁଆଙ୍ଗଜୋ ସହରର । ଏଠାରେ ଲୁଓ ନାମକ ଜଣେ ମହିଳା ଶିକ୍ଷକ ଜୁନ୍ ମାସରେ ତାଙ୍କ ଛାତ୍ରମାନଙ୍କର ଅନଲାଇନ୍ କ୍ଲାସ୍ ନେଉଥିଲେ। ଶିକ୍ଷକ ଲୁଓଙ୍କର ଏକ ପୋଷା ବିଲେଇ ଅଛି। ଦିନେ ଲୁଓଙ୍କ ବିଲେଇ କ୍ଲାସ୍ ସମୟରେ ବାରମ୍ବାର କ୍ୟାମେରା ଆଡକୁ ଡେଇଁପଡୁଥିଲା। ଏହି ଘଟଣା ପରେ ଲୁଓ କମ୍ପାନୀରୁ ବହିଷ୍କୃତ ହୋଇଥିଲେ। କମ୍ପାନୀ କହିଥିଲା ଯେ ଏହା ଶିକ୍ଷକଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛି। ସେ ୧୦ ମିନିଟ୍ ବିଳମ୍ବରେ କ୍ଲାସରେ ଯୋଗ ଦିଅନ୍ତି ଏବଂ ସେ କ୍ଲାସରେ ସଠିକ୍ ଭାବରେ ପଢ଼ାଇ ପାରନ୍ତି ନାହିଁ । ଯାହାକୁ ଦୃଷ୍ଟିରେ ରଖି ତାଙ୍କୁ ଚାକିରୀ ରୁ କାଢି ଦିଆଯାଇଛି ।
କମ୍ପାନୀର ଏଭଳି ନିଷ୍ପତ୍ତି ବିରୋଧରେ ମହିଳା ଶିକ୍ଷକ ଜଣକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶେଷରେ କମ୍ପାନୀ ତରଫରୁ ମହିଳା ଶିକ୍ଷକ ଲୁଓଙ୍କୁ ୬,୦୦୦ ଡଲାର କ୍ଷତିପୂରଣ ପ୍ରଦାନ କରାଯାଇଥିଲା।