ଜୀବନ ହାରିଲେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା, ପୋଲିସ ହାତରେ ସୁଇସାଇଡ୍ ନୋଟ୍

ଭୁବନେଶ୍ୱର: ଜୀବନ ହାରିଲେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା । ଭୁବନେଶ୍ୱର ନୟାପଲ୍ଲୀ ଗଡ଼ସାହିରେ ରହୁଥିବା ଭଡ଼ା ଘରେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡ୍ ନୋଟ୍ କୁ ମଧ୍ୟ ଜବତ କରିଛି ।

ସୁଇସାଇଡ୍ ନୋଟ୍‌ରେ ରଶ୍ମିରେଖା ତାଙ୍କ ମୃତ୍ୟୁ ପାଇଁ କାହାରିକୁ ଦାୟୀ କରିନାହାନ୍ତି । ସନ୍ତୋଷଙ୍କୁ ରଶ୍ମି ବହୁତ ଭଲ ପାଉଥିବା ସୁଇସାଇଡ୍ ନୋଟରେ ଲେଖାଅଛି । ବାବା କେବେ ବି ସନ୍ତୋଷକୁ ଦୋଷ ଦେବନି । ତାର ଯଦି କିଛି ହୁଏ, ମୁଁ କାହାକୁ ବି ଛାଡିବିନି ବୋଲି ଲେଖିଛନ୍ତି ରଶ୍ମିରେଖା । ଆଇ ଲଭ୍ ୟୁ ସାନ, ତତେ ଛାଡ଼ିକି ଯିବାକୁ ଇଚ୍ଛା ନାହିଁ ହେଲେ ରହି ପାରୁନି । ମତେ ଭୁଲି ଯିବୁ ଆଉ ଭଲରେ ଲାଇଫ ତିଆରି କରିବୁ । ୟାର ମୁଁ ବହୁତ୍ ଖରାପ ଝିଅ । ସରି ସରି ସରି…ଏହାସହ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହଁ ବୋଲି ଲେଖିଛନ୍ତି ରଶ୍ମିରେଖା । ସନ୍ତୋଷ ହିଁ ରଶ୍ମିକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ରଶ୍ମିଙ୍କ ଘର ଜଗତସିଂପୁର ଜିଲ୍ଲା ତ୍ରିତୋଲ ସଙ୍କେତପାଟଣାରେ । ସେ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ସାହିରେ ଭଡ଼ା ଘର ନେଇ ରହୁଥିଲେ । ରଶ୍ମିରେଖା ନିକଟରେ ‘କେମିତି କହିବି କହ’ ସିରିଏଲ୍ ରେ ଅଭିନୟ କରିଥିଲେ। ତେବେ ଖୁସି ମିଜାଜ୍‌ରେ ରହୁଥିବା ରଶ୍ମି କାହିଁକି ଆତ୍ମହତ୍ୟା କଲେ ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକମାନେ।