Odia

ମୃତ ବ୍ୟକ୍ତିଙ୍କୁ ଫ୍ରୀଜରରେ ଭର୍ତ୍ତି କଲେ ନିଜ ସାନ ଭାଇ : ଜୀବିତ ଅବସ୍ଥାରେ ଉଦ୍ଧାର

ଚେନ୍ନାଇ: ଫ୍ରୀଜର ଭିତରେ ରାତିସାରା ରହିଲା ମୃତ ଦେହ କିନ୍ତୁ ସକାଳ ହେଲା ପରେ ସମ୍ପୃକ୍ତ ଲୋକକୁ ଜୀବିତାବସ୍ଥାରେ ଉଦ୍ଧାର କଲେ ପୋଲିସ | ଘଟଣା ଘଟିଥିବା ଅଂଚଳ ଏବେ ଲୋକାରଣ୍ୟ |

ତାମିଲନାଡୁ ସାଲେମ ଜିଲ୍ଲା କାନ୍ଧମପଟ୍ଟିରେ ରହୁଥିଲେ ବାଲାସୁବ୍ରମଣ୍ୟମ କୁମାର | ୭୪ ବର୍ଷ ବୟସ୍କା ବୃଦ୍ଧଙ୍କର ହଠାତ ପରଲୋକ ଘଟିଲା | ସମ୍ପର୍କୀୟମାନଙ୍କ ଆସିବା ପର୍ଯ୍ୟନ୍ତ କେଉଁଠି ସୁରକ୍ଷିତ ରଖିବେ ଜାଗା ପାଉ ନ ଥିବାରୁ କେହି ଜଣେ କହିବାରୁ ସେମାନେ ବାଲାସୁବ୍ରମଣ୍ୟମଙ୍କ ମୃତଦେହକୁ ଏକ ଫ୍ରିଜ୍‌ର ବାକ୍ସ ମଗାଇ ତା’ ମଧ୍ୟରେ ରଖି ଦେଇଥିଲେ |

ପରଦିନ ଫ୍ରିଜ୍‌ କମ୍ପାନିର ଲୋକମାନେ ଯେତେବେଳେ ସେମାନଙ୍କ ଫ୍ରିଜର ବାକ୍ସ ନେବାକୁ ଆସିଲେ, ସେତେବେଳେ ସେମାନେ ଫ୍ରିଜର ଭିତରେ ବୟସ୍କଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଯାଇଥିଲେ | ବାଲାସୁବ୍ରମଣ୍ୟମ ଯେ ତା’ ମଧ୍ୟରେ ଅଚେତ ହୋଇ ପଡି ରହିଥିଲେ | ଏହା ଦେଖିବା ପରେ ପୁଲିସ୍‌କୁ ସେମାନେ ଘଟଣା ସଂପର୍କରେ ଖବର ଦେଇଥିଲେ |

ଖବର ପାଇବା ପରେ ସୋରାମଙ୍ଗାଲମ୍‌ ଥାନା ସବ୍‌-ଇନ୍‌ସପେକ୍ଟର ରାଜାସେକରନ୍‌ ଘଟଣାସ୍ଥଳରେ ପହଞ୍ଚି ବାଲାସୁବ୍ରମଣ୍ୟମଙ୍କୁ ଫ୍ରିଜର ଭିତରେ ଥିବାର ଦେଖିଲେ | ବାଲାସୁବ୍ରମଣ୍ୟମର ନିଶ୍ୱାସ ପ୍ରଶ୍ୱାସ ଚାଲିଥିବା ହେତୁ ସେ ଜୀବିତ ଅଛନ୍ତି ଜାଣି ସବ୍‌-ଇନ୍‌ସପେକ୍ଟର ତାଙ୍କୁ ଚିକିତ୍ସା ପାଇଁ ସାଲେମର ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ |

ସବ୍‌-ଇନ୍‌ସପେକ୍ଟରଙ୍କ କହିବା ଅନୁଯାୟୀ, ୭୪ ବର୍ଷ ବାଲାସୁବ୍ରମଣ୍ୟମ୍‌ ତାଙ୍କର ୭୦ ବର୍ଷୀୟ ସାନଭାଇ ସରଭାନନ୍‌ ଏବଂ ଭଉଣୀର ଝିଅ ଗୀତାଙ୍କ ସହ ରହୁଥିଲେ | ଗତ ଦୁଇମାସ ଧରି ସେ ଶଯ୍ୟାଶାୟୀ ଥିଲେ |

ଘଟଣା ସଂପର୍କରେ ସାରଭାନନ୍‌ କହିଛନ୍ତି ଯେ ଅକ୍ଟୋବର ୧୨ରେ ସେ ଅନୁମାନ କରିଥିଲେ ଯେ ତାଙ୍କ ଭାଇ ବାଲାସୁବ୍ରମଣ୍ୟମଙ୍କର ମୃତ୍ୟୁ ହୋଇ ଯାଇଛି | ତେଣୁ ସେ ସଂପର୍କୀୟମାନଙ୍କ ଆସିବା ପର୍ଯ୍ୟନ୍ତ ମୃତଦେହ ରଖିବା ପାଇଁ ଏକ ଫ୍ରିଜ୍‌ର ବାକ୍ସ ମଗାଇ ସେଥିରେ ରଖିଥିଲେ |

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close