Odia

ଗୁପଚୁପ ଖାଉଥିଲା ବେଳେ ତଣ୍ଟିରେ ଲାଗି ଜଣେ ମହିଳାଙ୍କ ମୃତୁ , ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ !

ଗୁପଚୁପ ତଣ୍ଟିରେ ଲାଗି ଜଣେ ମହିଳାଙ୍କ ଜୀବନ ଯାଇଛି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ସୁନ୍ଦରଗଡ଼ ଜିଲ୍ଲା ଲେଫି୍ରପଡ଼ା ଥାନା ଅନ୍ତର୍ଗତ ସରଫଗଡ଼ ଗାଁରେ ଜଣେ ମହିଳାଙ୍କ ତଣ୍ଟିରେ ଗୁପଚୁପ ଲାଗିଯିବାରୁ ସେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ।

ମୃତ ମହିଳା ହେଲେ ଫୁଲମତି କିସାନ (୩୦) । ଦିନ ୧୨ଟାରେ ସ୍ୱାମୀ କୁଶ କିସାନ ଧାନ ବିଲରୁ କାମ ସାରି ଫେରିବା ପରେ ଘରେ ଥିବା ଫୁଲମତି ତାଙ୍କ ଆଗରେ ଗୁପଚୁପ ଖାଇବାର ଇଚ୍ଛା ପ୍ରକାଶ କରି ଆଣିବାକୁ କହିଥିଲେ ।

କୁଶ ତାଙ୍କ ପୁଅକୁ ୨୦ ଟଙ୍କା ଦେଇ ଗାଁ ରାସ୍ତା କଡ଼ରେ ଠେଲାରେ ବିକୁଥିବା ଗୁପଚୁପ ଆଣିବା ପରେ ସ୍ୱାମୀ ସ୍ତ୍ରୀ ଓ ତାଙ୍କ ଦୁଇ ପିଲା ବସି ଖାଇଥିଲେ । ତେବେ ଖାଇଲା ବେଳେ ଗୋଟା ଗୁପଚୁପ ଫୁଲମତିଙ୍କ ତଣ୍ଟିକୁ ଖସି ଯାଇ ଲାଗି ଯାଇଥିଲା ।

ସେ ଢେ଼ାକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା ଓ ସେଇଠି ସେ ଅଚେତ ହୋଇପଡ଼ିଗଲେ । ତାଙ୍କୁ ସ୍ୱାମୀ ଓ ପରିବାର ଅନ୍ୟମାନେ ତୁରନ୍ତ ଲେଫି୍ରପଡ଼ା ଡାକ୍ତରଖାନାକୁ ଆଣିଥିଲେ । କିନ୍ତୁ ସେତେବେଳେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close